30.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶାରେ ୭୭୯ ଜଣ ପଜିଟିଭ ଚିହ୍ନଟ, ପୁଣି ୧୦୫ ଶିଶୁ ଆକ୍ରାନ୍ତ

ଓଡ଼ିଶାରେ ୭୭୯ ଜଣ ପଜିଟିଭ ଚିହ୍ନଟ, ପୁଣି ୧୦୫ ଶିଶୁ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଶିଶୁଙ୍କ ଉପରେ ପ୍ରଭାବ ବିସ୍ତାର ଆରମ୍ଭ କଲାଣି । ଶିଶୁଙ୍କ ଜୀବନ ପ୍ରତି ବଡ଼ ବିପଦ ଦେଖା ଦେଲାଣି। ଗତ ୩ ଦିନରେ ତିନି ଶିଶୁଙ୍କ ଜୀବନ ନେଇଛି କରୋନା । ଗୁରୁବାର ଜଣେ ଶିଶୁର ଜୀବନ ନେଇଥିଲାବେଳେ ଶୁକ୍ରବାର ପୁଣି ୨ କନ୍ୟାଙ୍କ ଜୀବନ ନେଇଛି ଭୂତାଣୁ । ଦୁଇ କନ୍ୟାଙ୍କ ଭିତରେ ଜଣେ ମୟୂରଭଞ୍ଜର ଓ ଅନ୍ୟ ଜଣେ କଟକର । ମୟୂରଭଞ୍ଜ ଜିଲ୍ଲାର କନ୍ୟାର ବୟସ ୫ ମାସ ହୋଇଥିଲା । ସେ ହୃଦ୍‌ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । କଟକ କନ୍ୟାକୁ ୧୨ ଦିନ ହୋଇଥିଲା ବେଳେ ହେମୋଗ୍ଲୋବିନୋପାଥିରେ ଆକ୍ରାନ୍ତ ଥିଲା ।
ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୭୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୫୪ ଓ ସ୍ଥାନୀୟ ଅଞ୍ଚଳରୁ ୩୨୫ ଜଣ ଚିହ୍ନଟ ହେବା ସହ ୧୦୫ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ସରକାର କରୋନା ଜନିତ ମୃତ୍ୟୁକୁ ନେଇ ଯେଉଁ ଅଡିଟ୍ ତାଲିକା ପ୍ରସ୍ତୁତ କରିଛନ୍ତି, ସେଥିରେ ଦୁଇ ଶିଶୁଙ୍କ କଥା ଉଲ୍ଲେଖ ରହିଛି । ତେଣୁ ବର୍ତ୍ତମାନ ସମୟରେ ଅଭିଭାବକ ଶିଶୁଙ୍କ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ବିଶେଷଜ୍ଞଙ୍କ ପରାମର୍ଶ ଦେଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୨୫୯ ସଂକ୍ରମିତ ।

ଅନୁଗୁଳରୁ ୨୦ , ବାଲେଶ୍ୱରରୁ ୫୯ , ବରଗଡ଼ ୫ , ଭଦ୍ରକ ୧୫ , ବଲାଙ୍ଗୀର ୩ , ବୌଦ୍ଧ ୨ , କଟକ ୮୪ , ଦେବଗଡ଼ ୯ , ଢେଙ୍କାନାଳ ୯ , ଗଜପତି ୧ , ଗଞ୍ଜାମ ୮ , ଜଗତସିଂହପୁର ୩୧ , ଯାଜପୁର ୩୪ , ଝାରସୁଗୁଡ଼ା ୭ , କଳାହାଣ୍ଡି ୧ , କନ୍ଧମାଳ ୫ , କେନ୍ଦ୍ରାପଡ଼ା ୨୧ , କେନ୍ଦୁଝର ୧୫ , କୋରାପୁଟ ୩ , ମାଲକାନଗିରି ୬ , ମୟୂରଭଞ୍ଜ ୨୭ , ନବରଙ୍ଗପୁର , ନୟାଗଡ଼ ୧୮ , ନୂଆପଡ଼ା ୨ , ପୁରୀ ୩୯ , ରାୟଗଡ଼ା ୪ , ସମ୍ୱଲପୁର ୧୩ , ସୋନପୁର ୨ , ସୁନ୍ଦରଗଡ଼ ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪ରେ ପହଞ୍ଚିଛି ।

ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୮୯ ହଜାର ୮୪୦ ରହିଥିବା ବେଳେ ୭ ହଜାର ୯୯୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗକୁ ଆସୁଛି ପାର୍ବଣର ଋତୁ । ସଚେତନ ନହେଲେ ଭୟଙ୍କର ରୂପ ନେଇପାରେ ତୃତୀୟ ଲହର । କେରଳ ଭଳି ସୃଷ୍ଟି ହୋଇପାରେ ପରିସ୍ଥିତି । ଏହା ପୂର୍ବରୁ ସତର୍କ ରହିବା ପାଇଁ ସରକାରଙ୍କ ତରଫରୁ ଜାରି କରାଯିବ ଗାଇଡ୍‌ଲାଇନ୍ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମିଶ୍ର କହିଛନ୍ତି । ତୃତୀୟ ଲହର ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking