43.9 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟରେ ଖସୁଛି ସଂକ୍ରମଣ : ଆଉ ୮୫୩ କରୋନା ସଂକ୍ରମିତ , ୧୮ ବର୍ଷରୁ କମ୍‌...

ରାଜ୍ୟରେ ଖସୁଛି ସଂକ୍ରମଣ : ଆଉ ୮୫୩ କରୋନା ସଂକ୍ରମିତ , ୧୮ ବର୍ଷରୁ କମ୍‌ ବୟସର ୧୦୦ଜଣ ପଜିଟଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ତଳକୁ ଖସୁଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୮୫୩ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ଯରୁ କ୍ୱାରେଣ୍ଟାଇନରୁ ୪୯୬ ଜଣ ଚିହ୍ନଟ ହୋଇଥିବ ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୫୭ଜଣ ରହିଛି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦୯୩୭କୁ ବୃଦ୍ଧି ପାଇଥିବା ବେଳେ ୯ଲକ୍ଷ ୮୪ହଜାର ୨୨୪ ସଂକ୍ରମିତ ସୁସ୍ଥ ହେଲେଣି । ଏବେ ରାଜ୍ୟରେ ଆଉ ୯୩୦୨ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।

ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୧୦୦ଜଣ ପଜିଟିଭ ରହିଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୦,୯୩୭କୁ ବୃଦ୍ଧି ପାଇଛି। ୯,୮୪,୨୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୯,୩୦୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୯, ବାଲେଶ୍ୱର ୪୬,ବରଗଡ ୧୨, ଭଦ୍ରକ ୧୮, ବଲାଙ୍ଗୀର ୨, କଟକ ୧୪୦, ଦେଓଗଡ ୧୩, ଢେଙ୍କାନାଳ ୧୦, ଗଜପତି ୧, ଗଞ୍ଜାମ ୧୧, ଜଗତସିଂହପୁର ୩୨, ଯାଜପୁର ୩୩, ଝାରସୁଗୁଡା ୨, କଳାହାଣ୍ଡି ୩, କନ୍ଧମାଳ ୧, କେନ୍ଦ୍ରାପଡା ୨୧, କେନ୍ଦୁଝର ୧୬, ଖୋର୍ଦ୍ଧା ୨୮୬, କୋରାପୁଟ ୩, ମାଲକାନଗିରି ୧, ମୟୁରଭଞ୍ଜ ୨୧, ନୟାଗଡ ୨୨, ପୁରୀ ୩୫, ରାୟଗଡା ୪, ସମ୍ବଲପୁର ୧୯, ସୋନପୁର ୧, ସୁନ୍ଦରଗଡ ୧୨, ଷ୍ଟେଟ ପୁଲରୁ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking