38.1 C
Bhubaneswar
Tuesday, April 23, 2024
Homeଓଡିଶାରାଜ୍ୟରେ ୮ଶହ ତଳେ କରାେନା ସଂକ୍ରମଣ : ଆଜି ୭୨୦ ପଜିଟିଭ୍ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ୮ଶହ ତଳେ କରାେନା ସଂକ୍ରମଣ : ଆଜି ୭୨୦ ପଜିଟିଭ୍ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ ଖସୁଛି କରୋନା ସଂକ୍ରମଣ। ପ୍ରାୟ ୧୨ ଦିନ ଧରି ରାଜ୍ୟରେ କରୋନା ଉପର ତଳ ହେଉଛି । କେତେବେଳେ ଦୈନିକ ସଂକ୍ରମଣ ହଜାରେ ଟପିଯାଉଛି ତ କେତେବେଳେ ହଜାରେ ତଳକୁ ଖସି ଆସୁଛି । ସଂକ୍ରମଣର ଭୟାବହତା ଏ ପର୍ଯ୍ୟନ୍ତ କମିନାହିଁ। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ସରକାର ତାଲାବନ୍ଦ କଟକଣାକୁ କୋହଳ କରିଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଏବେ ବି ଆଶଙ୍କା ହଟିନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ଦୀର୍ଘ ୪ ମାସ ପରେ ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ହଜାରେ ତଳକୁ ଖସିଥିଲା । ଏବେ ୬ ଦିନ ଲଗାତର ଦୈନିକ ସଂକ୍ରମଣ ହଜାରେ ଉପରେ ରହିବା ପରେ ଦୁଇଦିନ ହେଲା ହଜାରେ ତଳକୁ ଖସୁଛି । ଏହା ମଧ୍ୟରେ ଆଜି ୭୨୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୨୧ ଓ ସ୍ଥାନୀୟ ଅଞ୍ଚଳରୁ ୨୯୯ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୨୭୯, କଟକରୁ ୯୧, ଷ୍ଟେଟପୁଲରୁ ୬୦, ଜଗତସିଂହପୁରରୁ ୩୩, ମୟୂରଭଞ୍ଜରୁ ୨୯, ଯାଜପୁରରୁ ୨୮, ଭଦ୍ରକରୁ ୨୨, ବାଲେଶ୍ୱରରୁ ୧୯, ନୟାଗଡ଼ରୁ ୧୮, ପୁରୀରୁ ୧୬, ଅନୁଗୁଳ ଓ ଢେଙ୍କାନାଳରୁ ୧୫ଜଣ ଲେଖାଏଁ, କେନ୍ଦ୍ରାପଡାରୁ ୧୨, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ୧୧ଜଣ ଲେଖାଏଁ, କନ୍ଧମାଳରୁ ୯, ରାୟଗଡ଼ାରୁ ୮, ସମ୍ବଲପୁରରୁ ୬, ଦେବଗଡ଼, ଗଞ୍ଜାମ ଓ କଳାହାଣ୍ଡିରୁ ୫ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ବଲାଙ୍ଗୀର ଓ ମାଲକାନଗିରିରୁ ୪ଜଣ ଲେଖାଏଁ, ଝାରସୁଗୁଡା, କୋରାପୁଟ ଓ ସୋନପୁରରୁ ୩ଜଣ ଲେଖାଏଁ, ବରଗଡ଼ ଓ ନୂଆପଡାରୁ ୨ଜଣ ଲେଖାଏଁ, ବୌଦ୍ଧ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୬ ହଜାର ୧୫୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୭୯ ହଜାର ୪୦୭ ରହିଥିବା ବେଳେ ୯ ହଜାର ୬୭୨ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking