30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟରେ ଆଜି୧୯୨୭ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି୧୯୨୭ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ଗତ ପାଞ୍ଚଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତକାଲି ସଂକ୍ରମଣ ୨ ହଜାର ଉପରକୁ ଟପିଥିବା ବେଳେ ଆଜି ପୁଣି ତଳକୁ ଖସିଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି। ଏହା ମଧ୍ୟରେ ଆଜି ୧୯୨୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୧୫ ଓ ସ୍ଥାନୀୟ ଅଞ୍ଚଳରୁ ୮୧୨ ଜଣ ଚିହ୍ନଟ ହୋଇଛନ୍ତି ।

ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୫ , ବାଲେଶ୍ୱରରୁ ୧୧୧ , ବରଗଡ଼ ୨୭ , ଭଦ୍ରକ ୧୯ , ବଲାଙ୍ଗୀର ୧୧ , ବୌଦ୍ଧ ୭ , କଟକ ୨୪୮ , ଦେବଗଡ଼ ୬ , ଢେଙ୍କାନାଳ ୭୫ , ଗଜପତି ୪, ଗଞ୍ଜାମ ୧୦ , ଜଗତସିଂହପୁର ୯୧ , ଯାଜପୁର ୧୨୩ , ଝାରସୁଗୁଡ଼ା ୮ , କଳାହାଣ୍ଡି ୭ , କନ୍ଧମାଳ ୧୮ , କେନ୍ଦ୍ରାପଡ଼ା ୭୩ , କେନ୍ଦୁଝର ୩୨ , କୋରାପୁଟ ୮ , ମାଲକାନଗିରି ୧୮ , ମୟୂରଭଞ୍ଜ ୯୦ , ନବରଙ୍ଗପୁର ୧୫ , ନୟାଗଡ଼ ୬୪ , ନୂଆପଡ଼ା ୫ , ପୁରୀ ୧୦୩ , ରାୟଗଡ଼ା ୨୨ , ସମ୍ୱଲପୁର ୩୩ , ସୋନପୁର ୮ , ସୁନ୍ଦରଗଡ଼ ୩୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୯ ହଜାର ୯୮୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୩୫ ହଜାର ୭ ରହିଥିବା ବେଳେ ୧୯ ହଜାର ୬୮୫ ଜଣ ଚିକିତ୍ସିତ ହେଉଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking