29.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟରେ ଆଉ ୩,୫୩୫ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଉ ୩,୫୩୫ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୪ ହଜାର ତଳକୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ମଧ୍ୟ ୪ ହଜାର ତଳକୁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୫୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୧୬ ଓ ଲୋକାଲ କେସ୍- ୧୫୧୯ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୩,୫୩୫ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୦୭, ବାଲେଶ୍ୱରରୁ ୨୯୬, ବରଗଡ଼ରୁ ୮୬, ଭଦ୍ରକରୁ ୧୮୪, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୫୨, କଟକରୁ ୩୨୦, ଦେବଗଡ଼ରୁ ୨୫, ଢେଙ୍କାନାଳରୁ ୫୬, ଗଜପତିରୁ ୨୭, ଗଞ୍ଜାମରୁ ୨୬, ଜଗତସିଂହପୁରରୁ ୯୦, ଯାଜପୁରରୁ ୩୪୮, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୫୬, କେନ୍ଦ୍ରାପଡ଼ାରୁ ୧୦୪, କେନ୍ଦୁଝରରୁ ୯୨, ଖୋର୍ଦ୍ଧାରୁ ୫୩୩, କୋରାପୁଟରୁ ୫୬, ମାଲକାନଗିରିରୁ ୬୮, ମୟୂରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୯୫, ନୂଆପଡ଼ାରୁ ୧୫, ପୁରୀରୁ ୧୮୭, ରାୟଗଡ଼ାରୁ ୭୩, ସମ୍ବଲପୁରରୁ ୩୯, ସୋନପୁରରୁ ୩୯, ସୁନ୍ଦରଗଡ଼ରୁ ୭୬ ଓ ଷ୍ଟେଟ୍‌ ପୁଲ୍‌ରୁ ୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୬୩,୦୬୧ରେ ପହଞ୍ଚି ଥିବାବେଳେ ୮,୧୧,୭୮୦ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୪୭,୭୯୬ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking