43 C
Bhubaneswar
Tuesday, April 16, 2024
Homeଓଡିଶାରାଜ୍ୟରେ ସାଙ୍ଘାତିକ ହେଲା କରୋନା ସ୍ଥିତି : ଆଉ ୩୪୬ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁ...

ରାଜ୍ୟରେ ସାଙ୍ଘାତିକ ହେଲା କରୋନା ସ୍ଥିତି : ଆଉ ୩୪୬ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

ଭୁବନେଶ୍ୱର : ରାଜ୍ୟରେ କରୋନା ଭାଇରସ୍ ପୁଣି ଥରେ ବଢ଼ିବାରେ ଲାଗିଛି। ରାଜ୍ୟରେ ଆଜି ବି କରୋନା ସଂକ୍ରମଣ ୩ ଶହ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୧୪୪ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୪୯ ଆକ୍ରାନ୍ତ ଥିବା ଜଣାପଡିଛି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି କଟକରୁ ୫୧, ଷ୍ଟେଟପୁଲରୁ ୪୧, ବାଲେଶ୍ୱରରୁ ୭, ଭଦ୍ରକରୁ ୪, ସୁନ୍ଦରଗଡ଼ରୁ୧୩, ଜଗତସିଂପୁରରୁ ୭, ସମ୍ବଲପୁରରୁ ୫, ନୂଆପଡ଼ାରୁ ୭, ପୁରୀରୁ ୪ , ଯାଜପୁରରୁ ୪ ଜଣ ମୟୁରଭଞ୍ଜରୁ ୨ ଜଣ , ଝାରସୁଗୁଡ଼ା ୨, ରାୟଗଡ଼ାରୁ ୫, ଗଂଜାମରୁ, ଢେଙ୍କାନାଳ,କେଉଁଝର, କଳାହାଣ୍ଡି, ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୦,୫୩୮କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୧୩୧୦ ଥିବା ବେଳେ ୧୨,୮୦,୦୪୯ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking