30.1 C
Bhubaneswar
Wednesday, April 24, 2024
Homeଓଡିଶାରାଜ୍ୟରେ ଆଜି ୭,୩୯୫ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଜି ୭,୩୯୫ ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୭, ୩୯୫କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୪,୧୬୯ କ୍ୱାରେଣ୍ଟିନରେ ଥିବାବେଳେ ୩୨୨୬ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ବି ଖୋର୍ଦ୍ଧା ତାଲିକାର ଉପରେ ରହିଛି। ଏହି ଜିଲ୍ଲାରୁ ଆଜି ୧୦୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୨୮୫, ବରଗଡରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗୀରରୁ ୮୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବୌଦ୍ଧରୁ ୧୩୩, କଟକରୁ ୮୬୮, ଦେବଗଡରୁ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତ୍‌ସିଂହପୁରରୁ ୨୮୮, ଜାଜପୁରରୁ ୫୧୬, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୩୪୧, କେନ୍ଦୁଝରରୁ ୧୫୮, କୋରାପୁଟରୁ ୧୬୧, ମାଲକାନଗରିରି ୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷେ, ମୟୂରଭଞ୍ଜରୁ ୩୮୪, ନବରଙ୍ଗପୁରରୁ ୧୯୬, ନୟାଗଡରୁ ୨୪୩, ନୂଆପଡ଼ାରୁ ୨୨, ପୁରୀରୁ ୩୫୬, ରାୟଗଡାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧, ସୁନ୍ଦରଗଡରୁ ୨୬୭ ଏବଂ ଷ୍ଟେଟ ପୁଲ୍‌ରୁ ୧୪୫ ଜଣ ବାହାରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧, ୩୪୭ ଜଣ ରୋଗୀ କରୋନା ମୁକ୍ତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୮,୦୬,୦୯୪ ଥିବାବେଳେ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି ୮,୦୬,୦୯୪। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ ସଂଖ୍ୟା ୭୮,୬୮୭।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking