30.1 C
Bhubaneswar
Sunday, July 3, 2022
Homeଓଡିଶାରାଜ୍ୟରେ କମୁଛି ସଂକ୍ରମଣ : ଗତ ୨୪ ଘଣ୍ଟାରେ ୮ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ...

ରାଜ୍ୟରେ କମୁଛି ସଂକ୍ରମଣ : ଗତ ୨୪ ଘଣ୍ଟାରେ ୮ହଜାର ୮୪୫ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୮୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୧୨୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୭୧୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୨୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୨୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୬୦ ଜଣ, ବାଲେଶ୍ୱରରୁ ୨୯୦ ଜଣ, ବରଗଡ଼ରୁ ୧୪୧ ଜଣ, ଭଦ୍ରକରୁ ୧୧୭ ଜଣ, ବଲାଙ୍ଗୀରରୁ ୨୩୨ ଜଣ, ବୌଦ୍ଧ ଜିଲ୍ଲାରୁ ୯୩, କଟକରୁ ୬୨୮ ଜଣ, ଦେବଗଡ଼ରୁ ୫୫ ଜଣ, ଢେଙ୍କାନାଳରୁ ୧୦୦ ଜଣ, ଗଜପତିରୁ ୯୨, ଗଞ୍ଜାମରୁ ୩୩ ଜଣ, ଜଗତସିଂହପୁରରୁ ୧୮୦ ଜଣ, ଯାଜପୁରରୁ ୨୦୯ ଜଣ, ଝାରସୁଗୁଡ଼ାରୁ ୧୪୪ ଜଣ, କଳାହାଣ୍ଡିରୁ ୧୩୯ ଜଣ, କନ୍ଧମାଳରୁ ୧୦୯ ଜଣ, କେନ୍ଦ୍ରାପଡ଼ାରୁ ୯୨ ଜଣ, କେଉଁଝରରୁ ୧୧୦ ଜଣ, ଖୋର୍ଦ୍ଧାରୁ ୨୫୨୮ ଜଣ, କୋରାପୁଟରୁ ୨୦୩ ଜଣ, ମାଲକାନଗିରିରୁ ୫୦ ଜଣ, ମୟୁରଭଞ୍ଜରୁ ୧୫୨ ଜଣ, ନବରଙ୍ଗପୁରରୁ ୧୮୭, ନୟାଗଡ଼ରୁ ୯୪ ଜଣ, ନୂଆପଡ଼ାରୁ ୨୦୫ ଜଣ, ପୁରୀରୁ ୧୬୫ ଜଣ, ରାୟଗଡ଼ାରୁ ୨୨୧ ଜଣ, ସମ୍ୱଲପୁରରୁ ୧୮୧ ଜଣ, ସୋନପୁରରୁ ୨୦୭, ସୁନ୍ଦରଗଡ଼ରୁ ୧୦୦୧ ଜଣ ଓ ଷ୍ଟେଟ ପୁଲରୁ ୫୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୯୬,୧୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୯୯, ୪୨୩ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୮, ୧୫୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking