27.1 C
Bhubaneswar
Friday, March 29, 2024
Homeଓଡିଶାଓଡ଼ିଶାରେ ନିଆଁ ଭଳି ବ୍ୟାପୁଛି ସଂକ୍ରମଣ : ଆଉ ୧୧ହଜାର ୬୦୭ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ...

ଓଡ଼ିଶାରେ ନିଆଁ ଭଳି ବ୍ୟାପୁଛି ସଂକ୍ରମଣ : ଆଉ ୧୧ହଜାର ୬୦୭ ସଂକ୍ରମିତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୬୦୭ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୯୯୧ ଜଣ ଥିବାବେଳେ ସଙ୍ଗରୋଧରୁ ୬୭୨୮ ଜଣ ଓ ସ୍ଥାନୀୟ ଭାବେ ୪୮୭୯ ଜଣ ଚିହ୍ନଟ ହୋଇଛନ୍ତି ।

ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୪୩୪୭ ଜଣ, ସୁନ୍ଦରଗଡରୁ ୧୨୧୯ଜଣ, କଟକରୁ ୮୯୮ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜାନୁଆରୀ ପହିଲାରୁ ଏଯାଏଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାବଦରେ ଆଲୋଚନା କଲେ ଦିନକୁ ଦିନ ଏହା ବଢୁଥିବା ଦେଖିବାକୁ ମିଳିଛି । ଆଜି ୧୧୬୦୭, ଜାନୁଆରୀ ୧୮ରେ ୧୧୦୮୬, ଜାନୁଆରୀ ୧୭ରେ ୧୦୪୮୯, ଜାନୁଆରୀ ୧୬ରେ ୧୧୧୭୭, ଜାନୁଆରୀ ୧୫ରେ ୧୦୮୫୬, ଜାନୁଆରୀ ୧୪ରେ ୧୦୨୭୩, ଜାନୁଆରୀ ୧୩ରେ ୧୦୦୫୯, ଜାନୁଆରୀ ୧୨ରେ ୮୭୭୮, ଜାନୁଆରୀ ୧୧ରେ ୭୦୭୧, ଜାନୁଆରୀ ୧୦ରେ ୪୮୨୯, ଜାନୁଆରୀ ୯ରେ ୪୭୧୪, ଜାନୁଆରୀ ୮ରେ ୩୬୭୯, ଜାନୁଆରୀ ୭ ରେ ୨୭୦୩, ଜାନୁଆରୀ ୬ ରେ ୧୮୯୭, ଜାନୁଆରୀ ୫ରେ ୧୨୧୬, ଜାନୁଆରୀ ୪ରେ ୬୮୦, ଜାନୁଆରୀ ୩ରେ ୪୨୪, ଜାନୁଆରୀ ୨ରେ ୪୨୪, ଜାନୁଆରୀ ୧ରେ ୨୯୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking