28.1 C
Bhubaneswar
Friday, March 29, 2024
Homeଓଡିଶାଆଜି ବି ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୯୬,...

ଆଜି ବି ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମଣ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩,୪୯୬, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ଭୁବନେଶ୍ବର : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦,୨୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫୯୬୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୪୩୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୬୫ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୯୬ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୫ ଜଣ, ବାଲେଶ୍ୱରରୁ ୪୫୭ ଜଣ, ବରଗଡ଼ରୁ ୧୦୨ ଜଣ, ଭଦ୍ରକରୁ ୧୦୨ ଜଣ, ବଲାଙ୍ଗୀରରୁ ୧୯୧ ଜଣ, ବୌଦ୍ଧ ଜିଲ୍ଲାରୁ ୨୪, କଟକରୁ ୮୪୪ ଜଣ, ଦେବଗଡ଼ରୁ ୨୩ ଜଣ, ଢେଙ୍କାନାଳରୁ ୬୯ ଜଣ, ଗଜପତିରୁ ୧୨୬, ଗଞ୍ଜାମରୁ ୫୫ ଜଣ, ଜଗତସିଂହପୁରରୁ ୧୩୨ ଜଣ, ଯାଜପୁରରୁ ୧୪୩ ଜଣ, ଝାରସୁଗୁଡ଼ାରୁ ୨୦୨ ଜଣ, କଳାହାଣ୍ଡିରୁ ୨୦୩ ଜଣ, କନ୍ଧମାଳରୁ ୨୬ ଜଣ, କେନ୍ଦ୍ରାପଡ଼ାରୁ ୭୪ ଜଣ, କେଉଁଝରରୁ ୧୧୪ ଜଣ, ଖୋର୍ଦ୍ଧାରୁ ୩୪୯୬ ଜଣ, କୋରାପୁଟରୁ ୧୮୬ ଜଣ, ମାଲକାନଗିରିରୁ ୩୦ ଜଣ, ମୟୁରଭଞ୍ଜରୁ ୩୪୦ ଜଣ, ନବରଙ୍ଗପୁରରୁ ୧୨୫, ନୟାଗଡ଼ରୁ ୧୨୧ ଜଣ, ନୂଆପଡ଼ାରୁ ୪୫ ଜଣ, ପୁରୀରୁ ୨୬୯ ଜଣ, ରାୟଗଡ଼ାରୁ ୧୮୩ ଜଣ, ସମ୍ୱଲପୁରରୁ ୫୨୯ ଜଣ, ସୋନପୁରରୁ ୧୩୨, ସୁନ୍ଦରଗଡ଼ରୁ ୧୦୪୯ ଜଣ ଓ ଷ୍ଟେଟ ପୁଲରୁ ୭୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୧୧,୮୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୫୦,୧୭୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୩,୧୭୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ୧୦,୦୫୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜାନୁଆରି ୧୨ରେ ୮୭୭୮, ୧୧ରେ ୭୦୭୧, ୧୦ରେ ୪୮୨୯, ଜାନୁଆରି ୯ ତାରିଖରେ ୪୭୧୪ ଜଣ , ଜାନୁଆରି ୮ ତାରିଖରେ ୩୬୭୯ ଜଣ , ଜାନୁଆରି ୭ ତାରିଖରେ ୨୭୦୩ ଜଣ, ଜାନୁଆରି ୬ ତାରିଖରେ ୧୮୯୭ ଜଣ , ଜାନୁଆରି ୫ ରେ ୧୨୧୬, ଜାନୁଆରି ୪ ରେ ୬୮୦, ଜାନୁଆରି ୩ ରେ ୪୨୪, ଜାନୁଆରି ୨ରେ ୪୨୪, ଜାନୁଆରି ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧ ଓ ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। କେବଳ ଜାନୁଆରି ମାସର ୧୪ ଦିନରେ ୫୭୦୪୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking