32.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ଉପର ତଳ ହେଉଛନ୍ତି ସଂକ୍ରମଣ : ଆଜି ଆଉ ୫୨୯ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ...

ରାଜ୍ୟରେ ଉପର ତଳ ହେଉଛନ୍ତି ସଂକ୍ରମଣ : ଆଜି ଆଉ ୫୨୯ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକାଂଶ ସଂକ୍ରମଣ ଚିହ୍ନଟ ହେଉଥିବା ଜଣାପଡ଼ିଛି । ଜିଲ୍ଲାର ୯୦ ପ୍ରତିଶତ ସଂକ୍ରମଣ ରାଜଧାନୀ ଭୁବନେଶ୍ୱରରୁ ମିଳୁଛି । ରାଜଧାନୀରେ ବ୍ୟାପକ ଟିକାକରଣ, ସଚେତନତା, ଚଢ଼ାଉ ପରେ ବି ସଂକ୍ରମଣ କମୁନାହିଁ । ତେବେ ଲୋକମାନେ ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବାରୁ ସଂକ୍ରମଣ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ମତ ଦେଉଛନ୍ତି ।

ତେବେ ଏହାରି ମଧ୍ୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୩୦୮ ଓ ସ୍ଥାନୀୟ ସଂକ୍ରମିତ ୨୨୧ ରହିଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୬୨ ଜଣ ରହିଛନ୍ତି । ରାଜ୍ୟର ଅନୁଗୁଳ ଜିଲ୍ଲାରେ ୩, ବାଲେଶ୍ୱର ୨୦, ବରଗଡ ୧, ଭଦ୍ରକ ୩ ଓ ବଲାଙ୍ଗିରରେ ଜଣେ ଚିହ୍ନଟ ହୋଇଛନ୍ତି । କଟକ ୩୭, ଦେବଗଡ ୧, ଢେଙ୍କାନାଳ ୧, ଗଜପତି ୩, ଗଞ୍ଜାମ ୬, ଜଗତସିଂହପୁର ୮, ଯାଜପୁର ୧୫, ଝାରସୁଗୁଡା ୨, କେନ୍ଦ୍ରାପଡାରେ ୧୧ ଚିହ୍ନଟ ହୋଇଛନ୍ତି । କେନ୍ଦୁଝରରେ ୭, ଖୋର୍ଦ୍ଧା ୨୭୪, କୋରାପୁଟ ୨, ମୟୁରଭଞ୍ଜ ୨୩, ନୟାଗଡା ୭, ନୂଆପଡା ୬ ଓ ପୁରୀରେ ୧୩ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାୟଗଡାରେ୧, ସମ୍ବଲପୁର ୧୧, ସୁନ୍ଦରଗଡ ୧୦, ଷ୍ଟେଟପୁଲରୁ ୬୩ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦିନକରେ ୪୬୯ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ ସଂପ୍ରତି ରାଜ୍ୟରେ ୫୧୪୧ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଯାଜପୁର ଜିଲାରେ ଜଲେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking