28.1 C
Bhubaneswar
Saturday, April 20, 2024
Homeକରୋନାଦେଶରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ୨୪ ଘଣ୍ଟାରେ ୧,୭୯,୭୨୩ ଆକ୍ରାନ୍ତ ଚିହ୍ନଟ,...

ଦେଶରେ ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ : ୨୪ ଘଣ୍ଟାରେ ୧,୭୯,୭୨୩ ଆକ୍ରାନ୍ତ ଚିହ୍ନଟ, ୧୪୬ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ତୁଳନାରେ ଏହାର ୧୨.୬% ଅଧିକ । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୪୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ, ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ୪୪,୩୮୮ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ପଶ୍ଚିମବଙ୍ଗରେ ୨୪,୨୮୭, ଦିଲ୍ଲୀରେ ୨୨,୭୫୧, ତାମିଲନାଡୁରେ ୧୨,୮୯୫, କର୍ଣ୍ଣାଟକରେ ୧୨ ହଜାର ପଜିଟିଭ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୩,୯୩୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩,୪୫,୦୦,୧୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ସକ୍ରିୟ ମାମଲା ୭,୨୩,୬୧୯ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୧ କୋଟି ଲୋକ ଟିକା ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking