28.9 C
Bhubaneswar
Wednesday, April 17, 2024
Homeଦେଶ ବିଦେଶଦେଶରେ ଗତ ୨୪ଘଣ୍ଟାରେ ୩୬,୦୮୩ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୩ ଆକ୍ରାନ୍ତ ମୃତ

ଦେଶରେ ଗତ ୨୪ଘଣ୍ଟାରେ ୩୬,୦୮୩ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୩ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୪୦,୦୦୦ପାଖାପାଖି ରହିଥିବା ବେଳେ ଆଜି ସଂକ୍ରମଣ ୩୫,୦୦୦ ପାର କରିଛି । ଏହା ସହ ମୃତ୍ୟୁସଂଖ୍ୟା ୩୦୦ଟପିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୬,୦୮୩କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୯୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୧,୯୨,୫୭୬ ଓ ମୃତ୍ୟୁସଂଖ୍ୟା ୪,୩୧,୨୨୫ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୫,୩୩୬ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ୭୩,୫୦,୫୫୩ ଜଣଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୫୪,୩୮,୪୬,୨୯୦ଜଣଙ୍କୁ ଟିକା ଦିଆଯାଇସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking