39.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ : ୫୧୧ ...

ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ : ୫୧୧ ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଧୀରେ ଧୀରେ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୪୪,୦୫୯ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ମୋଟ କରୋନା ଆକ୍ରା‌ନ୍ତଙ୍କ ​ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫କୁ ବୃଦ୍ଧି ପାଇଛି। ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୪୮୬ ଥିବା ବେଳ ୮୫ ଲକ୍ଷ ୬୨ ହଜାର ୬୪୧ ଜଣ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଗତ ୨୪ ଘଣ୍ଟାରେ ୫୧୧ ଜଣଙ୍କର ମୃତ୍ୟୁ ସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮କୁ ବୃଦ୍ଧି ପାଇଛି। ଦେଶରେ କରୋନା ମୃତ୍ୟୁ ହାର ୧.୪୬% ରହିଛି। ସେହିପରି ମୋଟ ଆକ୍ରାନ୍ତଙ୍କ ତୁଳନାରେ ସକ୍ରିୟ ଆକ୍ରାନ୍ତ ହାର ୪.୮୫ ପ୍ରତିଶତ ରହିଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking