30.1 C
Bhubaneswar
Wednesday, April 24, 2024
Homeଓଡିଶାବଲାଙ୍ଗିର ଜିଲ୍ଲାରେ ହଜାରେ ପୂରିଲା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ଜିଲ୍ଲାରୁ ୬୬ , ସହରରୁ...

ବଲାଙ୍ଗିର ଜିଲ୍ଲାରେ ହଜାରେ ପୂରିଲା ଆକ୍ରାନ୍ତଙ୍କ ସଂଖ୍ୟା : ଆଜି ଜିଲ୍ଲାରୁ ୬୬ , ସହରରୁ ୨୨ ଚିହ୍ନଟ

 
ବଲାଙ୍ଗିର, : ବଲାଙ୍ଗିରରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ପୂରିଥିବା ବେଳେ ଆଜି ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଏମାନଙ୍କ ମଧ୍ୟରୁ ୨୨ ଜଣ ବଲାଙ୍ଗିର ପୌରାଂଚଳର ବୋଲି ରିପୋର୍ଟରେ କୁହାଯାଇଛି । ସଂପୃକ୍ତ ପୌରାଂଚଳର ଶାନ୍ତିପଡ଼ାରୁ ୧, ଲକ୍ଷ୍ମୀନଗରରୁ ୪, ସତ୍ୟନାରାୟଣପଡ଼ାରୁ ୧, ସୁଦପଡ଼ାରୁ ୧, ବରପାଲିପଡ଼ାରୁ ୧, କଂସାରିପଡ଼ାରୁ ୧, କନ୍ଧପାଲିପଡ଼ାରୁ ୩, ସିଭିଲ୍‌ କୋର୍ଟ ଅଂଚଳରୁ ୨, ମନୋହରପୁରରୁ ୧, ତାଲପାଲିପଡ଼ାରୁ ୪, ସମ୍ବଲପୁର ରୋଡ଼୍‌ରୁ ୨, ରାମେଶ୍ୱର ନଗରରୁ ୧ ପଜିଟିଭ ବାହାରିଛନ୍ତି । ଆଜି ଦୁଇ ଜଣ ମହିଳା ଓ ତିନ ଜଣ ପୁରୁଷ କୋଭିଡ଼ ଯୋଦ୍ଧା ମଧ୍ୟ ସଂକ୍ରମଣର ଶିକାର ହୋଇଛନ୍ତି । ସେହିପରି ଗ୍ରାମାଂଚଳର ଟିଟିଲାଗଡ଼ ବ୍ଲକ୍‌ର ଭାଟିପଡ଼ାରୁ ୨, ବିନେକେଲାରୁ ୧ ଓ ଅନ୍ତର୍‌ଲା (ଖୋଲାନ)ରୁ ୧, ବଲାଙ୍ଗିର ବ୍ଲକ୍‌ ମନହୀରାରୁ ୧ ଓ ରାମସିଂହାରୁ ୧, ତୁରେକେଲା ବ୍ଲକ୍‌ ଖୁଟୁଲୁମୁଣ୍ଡାରୁ ୧, କଂଟାବାଂଜିରୁ ୫, ବଙ୍ଗୋମୁଣ୍ଡାରୁ ୮, ଗୁଡ଼ଭେଲା ବ୍ଲକ ତୁଷୁରାରୁ ୧, ଚାଣ୍ଟିପଦରରୁ ୩, ସମରାରୁ ୬, ସଇଁନ୍ତଲା ବ୍ଲକ ତୁଷ୍ଟପାଲିରୁ ୧, ଆଗଲପୁର ବ୍ଲକ ବନ୍ଧବାହାଲରୁ ୧ ଓ ଉପରବାହାଲରୁ ୭ ଚିହ୍ନଟ ହୋଇଛନ୍ତି । ତେବେ ଆଜି ବଲାଙ୍ଗିରରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦୧୦ରେ ପହଂଚିଛି । ଏମାନଙ୍କ ମଧ୍ୟରୁ ୩୮୧ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୬୨୮ ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ଜଣେ ଜୀବନ ହରାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking