34.1 C
Bhubaneswar
Friday, March 29, 2024
Homeକରୋନା୫୦ ହଜାର ଟପିଲା ଦୈନିକ ସଂକ୍ରମଣ

୫୦ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବଢିବାକୁ ଲାଗିଛି କୋରନା ସଂକ୍ରମଣ । ନୂତନ ଷ୍ଟ୍ରେନ ସହ ଏହି ସଂକ୍ରମଣ ବଢିବାରେ ଲାଗିଛି । ଲଗାତର ଭାବେ ଏହି ସଂକ୍ରମଣ ସଂଖ୍ୟା ବଢି ଆଜି ୫୦ ହଜାର ଅତିକ୍ରମ କରିଛି । ଦିର୍ଘ ୫ ମାସ ପରେ ଆଜି କୋରାନା ସଂକ୍ରମଣ ସଂଖ୍ୟା ୫୦ ହଜାରରୁ ଉର୍ଦ୍ଧ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩ ହଜାର ୪୭୬ କୋରନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ କୁ ବୃଦ୍ଧି ହୋଇଛି ।

ତେବେ ୨୪ ଘଣ୍ଟାରେ ୨୫୧ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୬୯୨ ରେ ପହଞ୍ଚିଛି । ତେବେ ଦେଶରେ ୩ ଲକ୍ଷ ୯୫ ହଜାର ୧୯୨ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking