39.1 C
Bhubaneswar
Wednesday, April 24, 2024
HomeUncategorizedସେକ୍ଟର-୨୨ରେ କରୋନା ଆଂଟିଜେନ ଟେଷ୍ଟ,୧୦୫ ନମୂନା ସଂଗ୍ରହ

ସେକ୍ଟର-୨୨ରେ କରୋନା ଆଂଟିଜେନ ଟେଷ୍ଟ,୧୦୫ ନମୂନା ସଂଗ୍ରହ

ରାଉରକେଲା: :ବିଗତ କିଛି ଦିନ ହେଲା ସାରନଗରୀ ଅଂଚଳରେ କରୋନା ତା’ର କାୟା ମେଲାଇବାରେ ଲାଗିଛି ।ଦକ୍ଷିଣ ରାଉରକେଲାର ବିଭିନ୍ନ ନିଷିଦ୍ଧାଚଂଳ ଓ କରୋନା ସଂକ୍ରମିତ ଅଂଚଳକୁ ପ୍ରଶାସନ ପକ୍ଷରୁ କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଜି ପୂର୍ବାହ୍ନରେ ସେକ୍ଟର-୨୨ ସ୍ଥିତ କମ୍ୟୁନିଟି ସେଂଟର ଠାରେ ଆରଏସପି ଓ ରାଉରକେଲା ମହାନଗର ନିଗମର ମିଳିତ ଆନୁକୂଲ୍ୟରେ କରୋନା ଟେଷ୍ଟ କରାଯାଇଥିଲା । ପୂର୍ବାହ୍ନ ୬ଟାରୁ ଅପରାହ୍ନ ୧ଟା ଯାଏ  ଲ୍ୟାବ ଟେକନିସିୟାନ ସୁମନ୍ତ କୁମାର ବାରିକଙ୍କ ସହ ଲ୍ୟାବ ଆସିଷ୍ଟାଂଟ ପ୍ରତିମା କେର୍କେଟା, କିରଣବାଳା ଜେନା ଉପସ୍ଥିତ ରହି  ଉପସ୍ଥିତ ଲୋକଙ୍କ କୋଭିଡ଼-୧୯ ଆଂଟିଜେନ ଟେଷ୍ଟ କରାଇଥିଲେ । ସାରନଗରୀ ଓ ଫର୍ଟିଲାଇଜର ଟାଉନସିପ ଅଂଚଳର ବାସିନ୍ଦା ମାନେ ଉପସ୍ଥିତ ରହି  ନିଜ ନିଜର କରୋନା ଟେଷ୍ଟ କରିଥିବା ଜଣାପଡ଼ିଛି । ମୋଟ ୧୦୫ ଜଣଙ୍କ ନମୂନା ସଂଗ୍ରହ କରାଯାଇ ସ୍ୱାବ ଟେଷ୍ଟ ପାଇଁ ପଠା ଯାଇଥିଲା । ଏଥି ମଧରୁ ୫୬ ଜଣ ପୁରୁଷ, ୩୭ ମହିଳା ଓ ୧୨ ଜଣ ନାବାଳକ/ ନାବାଳିକାଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଥିବା ପ୍ରକାଶ । ଏହି କରୋନା ଆଂଟିଜେନ ଟେଷ୍ଟରେ ଆରଏସପି ପକ୍ଷରୁ  ଷ୍ଟିଲ ଟାଉନସିପର କୋଭିଡ଼-୧୯ ସଂଯୋଜକ ସୋମଜିତ ବଡପଣ୍ଡା, ରଘୁନାଥ ପାଢୀ,ସେକ୍ଟର-୨୨ କୋଭିଡ଼-୧୯ ଅଧିକାରୀ ସମାଇ ସୋରେନଙ୍କ ସମେତ ରମେଶ ଚନ୍ଦ୍ର ପାତ୍ର, ଅର୍ଜୁନ ମହାରଣା,ବିଜୟ ମହାନ୍ତି, କ୍ଷୀରୋଦ ପଶାୟତ, ଗଣପତି ଦାସ ପ୍ରମୁଖ ଉପସ୍ଥିତ ରହି କରୋନା ଆଂଟିଜେନ ଟେଷ୍ଟ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking