26.7 C
Bhubaneswar
Friday, April 19, 2024
Homeକରୋନାଏଥର ୨୦ ମିନିଟରେ ମିଳିବ କରୋନା ରିପୋର୍ଟ : ଆଇଆଇଟି ହାଇଦ୍ରାବାଦ

ଏଥର ୨୦ ମିନିଟରେ ମିଳିବ କରୋନା ରିପୋର୍ଟ : ଆଇଆଇଟି ହାଇଦ୍ରାବାଦ

ହାଇଦ୍ରାବାଦ : କରୋନା ସ୍ୱାବ ନମୁନା ଟେଷ୍ଟିଂ ପାଇଁ ଆଉ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବନି । ଏଥର ମାତ୍ର ୨୦ ମିନିଟରେ ଉପଲବ୍ଧ ହେବ ସ୍ୱାବ ନମୁନା ରିପୋର୍ଟ । କମ୍ ସମୟରେ ଜଣାପଡ଼ିଯିବ, ଆପଣ କରୋନାରେ ସଂକ୍ରମିତ ହୋଇଛନ୍ତି କି ନାହିଁ । ଆଇଆଇଟି ହାଇଦ୍ରବାଦର ଏକ ଗବେଷକ ଦଳ ଏ ବିଷୟରେ ଦାବି କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଏହି କୋଭିଡ଼-୧୯ ଟେଷ୍ଟ କିଟ୍‌ର ମୂଲ୍ୟ କମ୍ ରହିଥିବା ବେଳେ ମାତ୍ର ୨୦ ମିନିଟରେ ଏହା ଫଳାଫଳ ଦେଇଦେବ ।
ଗବେଷକମାନଙ୍କ କହିବା ମୁତାବକ, ତିଆରି କରାଯାଇଥିବା ଟେଷ୍ଟିଙ୍ଗ କିଟଟି ବର୍ତ୍ତମାନ କୋଭିଡ-୧୯ ପରୀକ୍ଷଣ ପାଇଁ ବ୍ୟବହୃତ ହେଉଥିବା ରିଭର୍ସ ଟ୍ରାନ୍ସକ୍ରିପସନ୍ ପଲିମେରେଜ୍ ଚେନ୍ ପ୍ରତିକ୍ରିୟା (ଆରଟି-ପିସିଆର) ଉପରେ ଆଧାରିତ ନୁହେଁ | ୫୫୦ଟଙ୍କା ମୂଲ୍ୟରେ ଏହି ଟେଷ୍ଟ କିଟ୍ ବିକଶିତ କରାଯାଇଥିବା ବେଳେ ଅଧିକ ପରିମାଣରେ ଉତ୍ପାଦନ ହେଲେ ଏହାର ମୂଲ୍ୟ ୩୫୦ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ ବୋଲି ଗବେଷକମାନେ କହିଛନ୍ତି। ଆଇଆଇଟିର ଏହି ଟିମ୍ ହାଇଦ୍ରାବାଦର ଇଏସଆଇସି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଟେଷ୍ଟିଙ୍ଗ କିଟର କ୍ଲିନିକାଲ୍ ପରୀକ୍ଷା କରିଛି ଏବଂ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ରୁ ଅନୁମୋଦନ ଲୋଡିଛି। ଏହା ପୂର୍ବରୁ ‘ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି’, ଦିଲ୍ଲୀ ଦ୍ବାରା ପ୍ରସ୍ତୁତ କୋଭିଡ୍-୧୯ ଟେଷ୍ଟ୍ କିଟ୍କୁ ‘ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ’ର ଅନୁମୋଦନ ମିଳିଥିଲା |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking