39.1 C
Bhubaneswar
Wednesday, April 24, 2024
Homeକରୋନାଆଇସିଏମଆରର ଅନୁମତି: ଏମକେସିଜିରେ ହେବ କୋଭିଡି-୧୯ ଟେଷ୍ଟ

ଆଇସିଏମଆରର ଅନୁମତି: ଏମକେସିଜିରେ ହେବ କୋଭିଡି-୧୯ ଟେଷ୍ଟ

ଭୁବନେଶ୍ୱର: କରୋନା ଭୂତାଣୁ ସାରା ଦେଶରେ ପାଖାପାଖି ୨୦୦ ଜଣଙ୍କ ଜୀବନ ନେଲାଣି । ୨୪ ଘଣ୍ଟା ମଧ୍ୟରେ ୧୨ ଜଣଙ୍କ ପ୍ରାଣହାନୀ ଘଟିଛି । ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଂଚିଛି । ଏଥିମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରଥମ ଓ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଗତକାଲି କରୋନା ପରୀକ୍ଷା ପାଇଁ କିଟ୍ ଆସି ପହଂଚିଛି । ଓଡ଼ିଶାର ବିଭିନ୍ନ ଜାଗାରେ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଆଜି ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ କୋଭିଡ-୧୯ ଟେଷ୍ଟ କରାଯିବ ବୋଲି ଆଇସିଏମର ଅନୁମତି ଦେଇଛି ।
ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏମକେସିଜିକୁ ଅନୁମତି ଦିଆଯିବା ପରେ ଦକ୍ଷିଣ ଓଡ଼ିଶାରେ କରୋନା ଟେଷ୍ଟ କରିବା ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ।
ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ (ଏସସିବି) କରୋନା ନମୁନା ପରୀକ୍ଷା ଲାଗି ଆଇସିଏମଆର ଅନୁମତି ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking