34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସବୁ ସାଂସଦଙ୍କର ହେବ କରୋନା ପରୀକ୍ଷା

ସବୁ ସାଂସଦଙ୍କର ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ : ସଂସଦ ଅଧିବେସନର ୭୨ ଘଣ୍ଟା ପୂର୍ବରୁ ସମସ୍ତ ସାଂସଦଙ୍କର କରୋନା ପରୀକ୍ଷା କରାଯିବ । କେବଳ ସାଂସଦ ୁନହେଁ, ସେମାନଙ୍କ ସହ ତାଙ୍କ ଷ୍ଟାଫ୍ ଓ ପରିବାର ଲୋକଙ୍କର ବି ପରୀକ୍ଷା କରାଯିବ । ଏଥିସହ ଖବର ସଂଗ୍ରହ କରିବାକୁ ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ । ଏହି ବର୍ଷ ସେପ୍ଟେମ୍ବର ୧୪ରୁ ଅଧିବେସନ ଆରମ୍ଭ ହେବ ଏବଂ ଅକ୍ଟୋବର ୧ ତାରିଖରେ ଶେଷ ହେବ ।

ତେବେ ଏହି ଟେଷ୍ଟ ପରେ ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ, କେବଳ ସେମାନଙ୍କୁ ଗୃହ ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ମିଳିବ । ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବିଶେଷଜ୍ଞ, ଏମସ୍ , ଆଇସିଏମଆର, ଡିଆରଡିଓ ଏବଂ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଏହି ବଷୟରେ ଆଲୋଚନା କରିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking