37.1 C
Bhubaneswar
Thursday, March 28, 2024
Homeଓଡିଶାରାଜ୍ୟରେ ଗତ ୨୪ ଘଣ୍ଟାରେ ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା

ରାଜ୍ୟରେ ଗତ ୨୪ ଘଣ୍ଟାରେ ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା

ଭୁବନେଶ୍ୱର : ଗତ କିଛି ଦିନ ହେବ ରାଜ୍ୟରେ ୫୦ ହଜାରରୁ ଅଧିକ କରୋନା ନମୁନା ପରୀକ୍ଷା କରାଯାଉଥିବା ବେଳେ ଗତ ୨୪ ଘଣ୍ଟାରେ କିନ୍ତୁ ଏହା ତଳକୁ ଖସିଆସିଛି। ଗତ ୨୪ ଘଣ୍ଟାରେ ମୋଟ୍ ୪୧ ହଜାର ୨୭୫ କରୋନା ନମୁନା ପରୀକ୍ଷା କରାଯାଇଛି। ଏହି ନମୁନା ପରୀକ୍ଷା ଆରଟିପିସିଆର୍‌, ଆଣ୍ଟିଜେନ୍ ଓ ଟ୍ରୁନଟ୍ ପଦ୍ଧତିରେ କରାଯାଇଥିବା ସୂଚନା ମିଳିଛି। ଏଥିମଧ୍ୟରୁ ଆଣ୍ଟିଜେନ୍‌ରେ ୩୪,୩୨୪, ଆରଟିପିସିଆରରେ ୬,୭୮୪ ଓ ଟ୍ରୁନଟ୍‌ରେ ୧୬୭ଟି କରୋନା ନମୁନା ପରୀକ୍ଷା କରାଯାଇଛି। ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୬ହଜାର ୯୪୧ ଓ ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୪,୬୬୮ଟି କରୋନା ନମୁନା ପରୀକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking