ମୃତ ବ୍ୟକ୍ତିଙ୍କ କରୋନା ଟେଷ୍ଟ ମନା

ଭୁବନେଶ୍ୱର: ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା ନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଏନେଇ ସମସ୍ତ ହସ୍ପିଟାଲ ପାଇଁ ନିର୍ଦ୍ଦଶନାମା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ମୃତଦେହ ପରିବାରକୁ ହସ୍ତାନ୍ତର ବିଳମ୍ବ ହେଉଥିବାରୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ମୃତଦେହ ହସ୍ତାନ୍ତର ବିଳମ୍ବ ଦ୍ୱାରା ପରିବାର ହନ୍ତସନ୍ତ ହେଉଥିବାରୁ ପଦକ୍ଷେପ ନିଆଯାଇଛି ।
ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢିବା ସହ ମୃତକଙ୍କ ସଂଖ୍ୟାରେ ବି ବୃଦ୍ଧି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ରାଜ୍ୟରେ ୨୪ ଘଣ୍ଟାରେ ୪୫ ହଜାର ୩୨୧ କରୋନା ଟେଷ୍ଟ ହୋଇଛି । ଆରଟିପିସିଆରରେ ୮୫୯୯ଟି ହୋଇଥିବା ବେଳେ ଆଣ୍ଟିଜେନ ରେ ୩୬୬୦୭, ଟୁନଟରେ ୧୧୫ ଟେଷ୍ଟ ହୋଇଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here