କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି

corona

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । କମିଟି ଗଠନ ସମ୍ପର୍କରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି । ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଚି । କମିଟିରେ ବହୁ ବିଶିଷ୍ଟ ଡାକ୍ତର, ବୈଜ୍ଞାନିକ ସଦସ୍ୟ ରହିବେ ।ଡାକ୍ତର ଦେବୀ ସେଟି, ରମାକାନ୍ତ ପଣ୍ଡା ରହିଥିବାବେଳେ ଡି ଏମ ଇ ଟି ଆବାହକ ରହିଛନ୍ତି । ଏହି କମିଟି ରାଜ୍ୟରେ କରୋନା ପରିଚାଳନା ନେଇ ପରାମର୍ଶ ଦେବେ । ଟୀକାକରଣ, ପରବର୍ତ୍ତୀ ଲହର ସମ୍ଭାବନା ବିଷୟରେ ପରାମର୍ଶ ଦେବେ । କମିଟି ର ପରାମର୍ଶ ଅନୁସାରେ ରାଜ୍ୟ ସରକାର ପଦକ୍ଷେପ ନେବେ । କମିଟି ଯେଉଁ ପରାମର୍ଶ ଦେବା ତାହା ଶୀଘ୍ର କାର୍ଯ୍ୟକାରୀ କରାଯିବ । ଟୀକା ପାଇଁ ଗ୍ଲୋବାଲ ଟେଣ୍ଡର ସମ୍ପର୍କରେ ମଧ୍ୟ ସି ଏସ ସୂଚନା ଦେଇଛନ୍ତି । ୩.୮ କୋଟି ଟୀକା କିଣିବାକୁ ଟେଣ୍ଡର କରାଯାଇଛି ବୋଲି ମୁଖ୍ୟ ସଚିବ କହିଛନ୍ତି । ଚାରି ମାସ ମଧ୍ୟରେ ସମସ୍ତ ସପ୍ଲାଏ ଦେବାକୁ କୁହାଯାଇଛି । ସଫଳ ବିଡିଂ ହେଲେ ମେ ୨୮ ପରେ ଆମେ ଟୀକା କିନିପରିବ ।

LEAVE A REPLY

Please enter your comment!
Please enter your name here