28.1 C
Bhubaneswar
Thursday, March 28, 2024
Homeକରୋନାଆକ୍ଟିଭ କେସ କମୁଛି- କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ଆକ୍ଟିଭ କେସ କମୁଛି- କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ତାଜା ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ଆଜିର ଦିନରେ ଆରୋଗ୍ୟଙ୍କ ସଂଖ୍ୟା ଆକ୍ଟିଭ କେସର ୩.୪ ଗୁଣ ରହିଛି । ୨୪ ଲକ୍ଷରୁ ଅଧିକ କରୋନାରୁ ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି । ଯାହା ଆକ୍ଟିଭ କେସର ୩.୪ ଗୁଣ । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହାର ୭୫ ପ୍ରତିଶତକୁ ବୃଦ୍ଧି ପାଇଛି । ଅନ୍ୟପଟେ ଆକ୍ଟିଭ କେସ ୨୨.୨ ପ୍ରତିଶତ ରହିଛି । ଦେଶରେ କରୋନା ମୃତ୍ୟୁହାର ୧.୫୮ ପ୍ରତିଶତ । ଯାହା ବିଶ୍ୱ ତୁଳନାରେ ସର୍ବନିମ୍ନ ରହିଛି । ଗତ ୨୪ ଘଣ୍ଟାରେ ୬ ହଜାର ୪୦୦ ଆକ୍ଟିଭ କେସ କମିବା ଉଲ୍ଲେଖନୀୟ । ଆକ୍ରାନ୍ତଙ୍କ ମଧ୍ୟରୁ ୨.୭ ପ୍ରତିଶତ ଅକ୍ସିଜେନ ସପୋର୍ଟରେ ରହିଛନ୍ତି । ସେହିପରି ୧.୯୨ ପ୍ରତିଶତ ଆଇସିୟୁ ଓ ୦.୨୯ ପ୍ରତିଶତ ଭେଣ୍ଟିଲେଟର ସୁବିଧାରେ ରହିଥିବା ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking