43 C
Bhubaneswar
Tuesday, April 16, 2024
Homeଓଡିଶାଓଡିଶାରେ କରୋନା ହେଉଛି ପୁନଃ ସଂକ୍ରମଣ

ଓଡିଶାରେ କରୋନା ହେଉଛି ପୁନଃ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । କିନ୍ତୁ ଦୂରେଇ ଯାଇନି ବିପଦ । ତେବେ ଓଡିଶାରେ କରୋନା ସ୍ଥିତି ନେଇ ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଓଡିଶାରେ କରୋନା ପୁନଃ ସଂକ୍ରମଣ ହେବାରେ ଲାଗିଛି । କିନ୍ତୁ କମ୍ ମାତ୍ରାରେ ସଂକ୍ରମଣ ହେଉଛି । ଆଇଏଲଏସରେ ଟେଷ୍ଟ ହୋଇଥିବା କିଛି ଲୋକଙ୍କଠାରେ ପୁନଃ ସଂକ୍ରମଣ ଦେଖାଦେଇଛି । ପଜିଟିଭ୍ ପରେ ପୁନଃ ସଂକ୍ରମଣର ଅନୁଧ୍ୟାନ କରାଯିବ । ସେମାନଙ୍କ ଦେହରେ କେଉଁ ଷ୍ଟ୍ରେନ୍ ରହୁଛି ତାହା ଅନୁଧ୍ୟାନ କରାଯିବ । ପୁରୁଣା ଷ୍ଟ୍ରେନ୍ ନା ନୂଆ ଷ୍ଟ୍ରେନ୍, ତାହା ରିସର୍ଚ୍ଚ କରାଯିବ । ଭ୍ୟାକ୍ସିନ ପାଇଁ ଡାଟା ବେସ୍ ପ୍ରସ୍ତୁତ ହେଉଛି । ସଂକ୍ରମଣ ବ୍ୟାପିବାରେ ଶୀତ ସହାୟକ ହେଉଛି । ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି । ପୂଜାର ସଂକ୍ରମଣ ବଢିବା ଆଶଙ୍କା କରାଯାଉଥିଲା, ମାତ୍ର ତାହା କମିଛି । ରାଜ୍ୟରେ କରୋନାର ଦ୍ୱିତୀୟ ଲହରିର ସମ୍ଭାବନା ରହିଛି ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking