34.1 C
Bhubaneswar
Thursday, April 25, 2024
Homeକରୋନାପାଖ ମାଡ଼ିବନି କରୋନା କି ଓମିକ୍ରନ୍‌, ଆପଣାନ୍ତୁ ଏହି ଉପାୟ....

ପାଖ ମାଡ଼ିବନି କରୋନା କି ଓମିକ୍ରନ୍‌, ଆପଣାନ୍ତୁ ଏହି ଉପାୟ….

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଓମିକ୍ରନ୍ ସଂକ୍ରମଣ । ବଭିନ୍ନ ରାଜ୍ୟରେ ଓମିକ୍ରନ ତା’ର କାୟା ମେଲାଇସାରିଥିବା ବେଳେ, ବର୍ତ୍ତମାନ ଓମିକ୍ରନ ଗୋଷ୍ଠୀ ସଂକ୍ରମଣରେ ବ୍ୟାପୁଥିବା ମଧ୍ୟ ନଜର ଆସିଲାଣି । ଯାହାକୁ ନେଇ ସମସ୍ତେ ଚିନ୍ତିତ ରହିଲେଣି । ଏତିକିବେଳେ ଓମିକ୍ରନକୁ ନେଇ ଆଉ ଏକ ଖୁସି ଖବର ଆସିଛି । ଯାହା ଆପଣଙ୍କୁ ଓମିକ୍ରନଠୁ ଦୂରେଇ ରଖିବ । ତେବେ ଆପଣ କ’ଣ ଜାଣିଛନ୍ତି ଏକ୍ସରସାଇଜ୍ କରିବା ଦ୍ୱରା ଓମିକ୍ରନ୍ ହୋଇନଥାଏ । କେଉଁ ଏକ୍ସରସାଇଜ୍ କରିବା ଦ୍ୱରା ଆପଣ ଓମିକ୍ରନଠୁ ଦୂରେଣ ରହିପାରିବେ ଆସନ୍ତୁ ଜାଣିବା । କିଛି ଲୋକ ଜିମ୍ ଯାଇ ଏକ୍ସରସାଇଜ୍ କରିବାକୁ ପସନ୍ଦ କରିଥାନ୍ତି ଏବଂ ଆଉ କିଛି ଲୋକ ଦୌଡିବାକୁ ମଧ୍ୟ ପସନ୍ଦ କରିଥାନ୍ତି । ହେଲେ ବର୍ତ୍ତମାନର କରୋନା ସମୟରେ ସେମତି କରିବାର ଭୟ ରହିଛି । କାହିଁକି ନାଁ ଆପଣଙ୍କୁ କରୋନା ସଂକ୍ରମଣ ହୋଇପାରନ୍ତି । ଏନେଇ ଆମେ ଆପଣଙ୍କୁ ଜଣାଉଛୁ ୫ଟି ଏକ୍ସରସାଇଜ । ଯାହାଦ୍ୱରା ଆପଣ ଓମିକ୍ରନକୁ ଦୂରେଇ ରଖିପାରିବେ । ୫ଟିଯାକ ଏକ୍ସରସାଇଜ ମଧ୍ୟରୁ ଆପଣ ପ୍ରତି ଏକ୍ସରସାଇଜକୁ ୪ମିନିଟ୍ ଲେଖାଏ କରିବେ । ଯାହାଫଳରେ ଓମିକ୍ରନଠୁ ଆପଣ ଦୂରେଇ ରହିପାରିବେ । ସକାଳୁ ଉଠିବା ପରେ ପ୍ରଥମେ ଏହି ଏକ୍ସର ସାଇଜକୁ ୨ମିନିଟ୍ ଲେଖାଏ କରିବେ । ପରେ ଧୀରେ ଧୀରେ ଏକ୍ସରସାଇଜର ସମୟ ବଢ଼ାଇବେ । କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯଦି ଆପଣଙ୍କର ଥାଏ ତେବେ ଆପଣ ପରାମର୍ଶ ନେଇ ଏହି ଏକ୍ସରସାଇଜ କରିପାରିବେ ।

୧. ଆପଣ ଦଉଡି ଡିଆଁ ଏକ୍ସରସାଇଜ କରନ୍ତୁ । ଯାହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟର ଓଜନ କମ୍ ହୋଇପାରିବ ।

୨. ଦଣ୍ଡ ମାରନ୍ତୁ । ଯାହାଦ୍ୱରା ଆପଣଙ୍କ ସମସ୍ତ ମାଂସପେଶୀ ଉପରେ ପ୍ରଭାବ ପଡିବ ଓ ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍ ହେବ ।

୩. ଉଠବସ୍ ହୁଅନ୍ତୁ । ଉଠବସ୍ ହେବା ଦ୍ୱରା ଆପଣ ସୁସ୍ଥ ରହିବା ସହ ନିଜର ଥକାପଣ ଦୂର ହେବ ।

୪. ଉଚ୍ଚା ସ୍ଥାନରେ ଓହଳି ହୁଅନ୍ତୁ । ନିଜ ମାଂସ ପେଶୀ ଟାଣ ହେବା ସହ ଆପଣଙ୍କ ରକ୍ତ ସଂଞ୍ଚାଳନ ଠିକ୍ ରହିବ ।

୫. ପାହାଚ ଚଢ଼ନ୍ତୁ । ପାହାଚ ଚଢ଼ିବା ଦ୍ୱରା ଆପଣଙ୍କ ପାଦର ମାଂସପେଶୀ ଟାଣ ହେବ ।

ଏହା କରିବା ଦ୍ୱରା ଆପଣ ସୁସ୍ଥ ରହିବା ସହ କରୋନା ଓ ଓମିକ୍ରନ୍ ଭୂତାଣୁ ଠାରୁ ଦୂରରେ ରହିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking