ଆପୋଲରେ ଥିଲେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଜଣ ରୋଗୀଙ୍କ ମଧ୍ୟରୁ ପଶ୍ଚିମବଙ୍ଗ ମେଦିନିପୁର କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରଦାନ କରିଛନ୍ତି ସୂଚନା ଓ ଲୋକ ସଂପର୍କ ବିଭାଗ । ୪୪ତମ ଆକ୍ରାନ୍ତ ପଶ୍ଚିମବଙ୍ଗ ରୋଗୀଙ୍କ ମିଳିଛି ଟ୍ରାଭେଲ ହିଷ୍ଟ୍ରି । ତେବେ ପଶ୍ଚିମବଙ୍ଗ ମେଦିନିପୁର ଆକ୍ରାନ୍ତ ଜଣକ ଆପୋଲ ହସ୍ପିଟାଲରେ ଥିଲେ ବୋଲି ସୂଚନା ମିଳିଛି । ତେବେ ସେ ଏପ୍ରିଲ ୭ ତାରିଖରେ ଆମ୍ବୁଲାନ୍ସ ଯୋଗେ ଆପୋଲ ହସ୍ପିଟାଲ ଅଭିମୁଖେ ବାହାରିଥିଲେ । ଆସିବା ବେଳେ ବାଲେଶ୍ୱର ବାଇପାସରେ ଚା ଷ୍ଟଲରେ ଅଟକିଥିଲେ । ୮ ତାରିଖ ସକାଳେ ଆପୋଲ ହସ୍ପିଟାଲରେ ଭର୍ତି ହୋଇଥିଲେ । ୯ରେ ଟେଷ୍ଟ ରିପୋର୍ଟ ପଜେଟିଭ୍ ଆସିବା ପରେ କିମସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ରହିଛି ।
https://onakhabar.com/2020/04/09/high-court-give-order-for-vehicle-seized/