କରୋନାରେ ଦୁର୍ଗାପୂଜା ; ପ୍ରଭାବିତ ହେବେ କ୍ଷୁଦ୍ର ବ୍ୟବସାୟୀ

durga puja with corona epidemic rule
????????????????????????????????????

ଭୁବନେଶ୍ୱର : କରୋନା ସଙ୍କଟ ସମୟରେ ସବୁ ପୂଜା ପର୍ବ ଉପରେ କଟକଣା ଲାଗିଛି । ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ ପାଖେଇ ଆସୁଛି ପାର୍ବଣ ଋତୁ । ରାଜ୍ୟରେ କଟକ, ଭୁବନେଶ୍ୱର, ସମ୍ବଲପୁରରେ ଦୁର୍ଗା ପୂଜା ପ୍ରସିଦ୍ଧ ଅଟେ । ଲୋକେ ଚାହିଁ ରହିଥାନ୍ତି ଦୁର୍ଗାପୂଜାକୁ ମନଭରି ଉପଭୋଗ କରିବାକୁ । କିନ୍ତୁ ଏବର୍ଷ କରୋନା ମହାମାରୀ ପାଇଁ ଲୋକଙ୍କ ଖୁସିରେ ଲାଗିଛି ତାଲା । କଟକ ହେଉ କି ଭୁବନେଶ୍ୱର, ଦୁର୍ଗା ପୂଜା ସମୟରେ ମଣ୍ଡପ ବା ପେଣ୍ଡାଲ ପାଖରେ ପଡ଼ିଥାଏ ବିଭିନ୍ନ ଷ୍ଟଲ । କିଏ ଘରୋଇ ସାମଗ୍ରୀ ତ କିଏ ଖେଳନା ତ ଆଉ କିଏ ଆମୋଦ ପ୍ରମୋଦ ଦ୍ରବ୍ୟ କିଣିଥାନ୍ତି । ବିଭିନ୍ନ ପ୍ରକାର ଖେଳ ପଡ଼ିଥାଏ । ରାମ ଦୋଳି , ବ୍ରେକ ଡାନ୍ସ , ଟ୍ରେନ୍‌ଆଦିରେ ଲୋକଙ୍କ କ୍ରେଜ୍ ପ୍ରକାଶ ପାଇଥାଏ । ଆଉ ଏହାରି ମଧ୍ୟରେ ବେଶ୍ ଭଲ ରୋଜଗାର କରିଥାନ୍ତି ଏହି କ୍ଷୁଦ୍ର ବ୍ୟବସାୟୀ । କିନ୍ତୁ ଏହି ବର୍ଷ ଏସବୁ ହୋଇପାରିବନି । କରୋନା ମହାମାରୀକୁ ଦୂରେଇବା ପାଇଁ ସାମାଜିକ ଦୂରତା ନିହାତି ଆବଶ୍ୟକ । ତେଣୁ ଯାନି ଯାତ୍ରା ହେଲେ ଲୋକେ ଅଧିକ ସଂଖ୍ୟାରେ ସଂକ୍ରମିତ ହେବେ ।

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏ ବର୍ଷ ସାର୍ବଜନୀନ ପୂଜାକୁ ଅନୁମତି ମିଳିନାହିଁ । କୋଭିଡ ନିୟମ ମାନି ଅଳ୍ପ ସଂଖ୍ୟକ ଲୋକରେ ମଣ୍ଡପରେ ପୂଜା ଆୟୋଜନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । । କେବଳ ମଣ୍ଡପରେ ମାଙ୍କ ମୂର୍ତ୍ତି ସହ ପରଦା ଟଣା ହୋଇ ପୂଜା ହେବ ବୋଲି ଅନୁମତି ମିଳିଥିଲା । ଏହି ବର୍ଷ ଦୁର୍ଗା ପୂଜା ଆୟୋଜନ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ କରାଯିବା ପାଇଁ ଅନୁମତି ଦିଆଯାଇଛି । ଏହାସହ ୪ଫୁଟ ଉଚ୍ଚତା ଭିତରେ ମୂର୍ତ୍ତି ନିର୍ମାଣ କରିବେ । ପୂଜା ପେଣ୍ଡାଲ ୩ପଟୁ ବନ୍ଦ ରହିବ ଚତୁର୍ଥ ପଟ ଆଶିଂକ ଭାବେ ବନ୍ଦ ରହିବ, ଯେପରି ସାଧାରଣ ଲୋକେ ଦର୍ଶନ କରିପାରିବେନି । ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣକୁ ମିଶାଇ ୭ଜଣରୁ ଅଧିକ ରହିପାରିବେନି । ଏହାସହ କୋଭିଡ଼ ନିୟମ ମାନି ମଣ୍ଡପରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବେ । ଏହାସହ ମଣ୍ଡପରେ ମ୍ୟୁଜିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ।ସାଧାରଣ ଲୋକେ ଭାଗ ନେଇ ପାରିବେନି କି ଗହଳି ହେବାକୁ ଦିଆଯିବନି । ସେହିପରି ଭସାଣୀ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । କୁତ୍ରିମ ପୋଖରୀରେ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯିବ । ଯଦି କେହି ନିୟମ ଉଲ୍ଲଙ୍ଘନ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଓ ଏପିଡେମିକ ଆକ୍ଟ ଅନୁଯାୟୀ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here