34.1 C
Bhubaneswar
Friday, March 29, 2024
Homeଓଡିଶାକରୋନା ରୋଗୀଙ୍କ ଭିଡିଓ ଭାଇରାଲ : ବାସି ଖାଦ୍ୟ, ଟାଙ୍କି ପାଣି ପିଉଛନ୍ତି ରୋଗୀ

କରୋନା ରୋଗୀଙ୍କ ଭିଡିଓ ଭାଇରାଲ : ବାସି ଖାଦ୍ୟ, ଟାଙ୍କି ପାଣି ପିଉଛନ୍ତି ରୋଗୀ

ରାୟଗଡ଼ା : ଖାଇବାକୁ ଦେଉଛନ୍ତି ବାସି ଖାଦ୍ୟ । ପିଉଛୁ ଟାଙ୍କି ପାଣି । ଛୋଟ ଛୁଆଙ୍କୁ କ୍ଷୀର ଟୋପାଏ ତ ଦୂରର କଥା ଗରମ ପାଣି ବି ଦେଉନାହାନ୍ତି । ଅଧା ଲୋକଙ୍କୁ ମେଡ଼ିସିନ୍ ମିଳିନି । ଅଭିଯୋଗ କଲେ କହୁଛନ୍ତି ଆମେ କ’ଣ କରିବୁ । ଯାହା ପ୍ରଶାସନ ଦେଉଛି ଆମେ ଦେଉଛୁ ବୋଲି ଜଣେ କରୋନା ଆକ୍ରାନ୍ତଙ୍କ ଭିଡିଓ ଭାଇରାଲ ହୋଇଛି ।

ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା ଗୁଣପୁର ବିକ୍ରମପୁରସ୍ଥିତ କୋଭିଡ଼୍ କେୟାର ସେଣ୍ଟରରୁ ଆସି ଜେକେପୁର କୋଭିଡ ହସ୍ପିଟାଲରେ ଚିକିତ୍ସା ହେଉଥିବା ଏକ କରୋନା ରୋଗୀ ଏପରି କହିଛନ୍ତି । ବିଜୟପୁର ଗାଁ’ର ୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଗୁଣପୁର ଓ ରାୟଗଡ଼ା କୋଭିଡ଼୍ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବିକ୍ରମପୁରରେ ୪୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଥିବା ବେଳେ ଠିକ୍ ଭାବରେ ଯତ୍ନ ନିଆଯାଉନଥିବା ଅଭିଯୋଗ ହୋଇଛି । କରୋନା ପଜିଟିଭ୍ ଦର୍ଶାଇ ଗୁଣପୁର ଆଦର୍ଶ ବିଦ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଥିଲା । ୧୦ ଦିନ ପରେ ଗୁଣପୁର ମହାବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ତୁମେ ଭଲ ଅଛ ବୋଲି କହିଲେ । ସ୍ୱାବ୍ ପଜିଟିଭ୍ ଥିବା ନେଇ ରୋଗୀଙ୍କ ମୋବାଇଲକୁ କୌଣସି ମେସେଜ୍ ଆସିନଥିବା ବେଳେ ସୁସ୍ଥ ପରେ ଚିକିତ୍ସା ସମ୍ପର୍କିତ କାଗଜପତ୍ର ଦିଆଯାଉନି ବୋଲି ରୋଗୀ ଜଣକ ଅଭିଯୋଗ କରିଛନ୍ତି । ଫଳରେ ସଂକ୍ରମିତ ଏକ ଭିଡିଓ ମେସେଜ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking