34.1 C
Bhubaneswar
Friday, March 29, 2024
Homeକରୋନା ଓଡିଶାକଟୁ କଥା ସହିନପାରି ଗଛରେ ଝୁଲି ପଡ଼ିଲେ କରୋନା ରୋଗୀ

କଟୁ କଥା ସହିନପାରି ଗଛରେ ଝୁଲି ପଡ଼ିଲେ କରୋନା ରୋଗୀ

ଅନୁଗୁଳ : କରୋନା ଭୟରେ ହଜିଯାଉଛି ମାନବିକତା । କରୋନା ରୋଗୀଙ୍କୁ ଆଶ୍ୱାସନା ଓ ସାହାଯ୍ୟ କରିବା ବଦଳରେ ତାଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା । କରୋନା ମହାମାରୀ ବର୍ତ୍ତମାନ ଅନେକ ପରିବାରକୁ ନିଶ୍ଚିହ୍ନ କରିଦେଉଛି । ଏହା ଠାରୁ ଅଧିକ ଦୁଃଖ ଦେଉଛି କରୋନା ରୋଗୀଙ୍କ ପ୍ରତି ଆକ୍ରୋଶ ମନୋଭାବ । କରୋନାକୁ ନେଇ ଲୋକେ ଏତେ ଭୟଭୀତ ଯେ, ଆପଣାର ଲୋକଟିଏ ଆକ୍ରାନ୍ତ ହେଉଥିଲେ ମଧ୍ୟ ତାକୁ ଘୃଣା ଚକ୍ଷୁରେ ଦେଖିବା ସହ ତାଙ୍କ ପାଖ ମାଡୁନଥିବା ସାମ୍ନାକୁ ଆସୁଛି । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ।
ସୂଚନା ଅନୁଯାୟୀ, ଛେଣ୍ଡିପଦା ସାପୋଇନାଳି ଗାଁର ଜଗବନ୍ଧୁ ବାଘ (୭୦ବର୍ଷ) କରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ଦେଖଦେବା ସହ ଜଗବନ୍ଧୁଙ୍କୁ ପରିବାର ଲୋକେ ନାନା କଥା କହିଥିଲେ । ଯାହାକୁ ନେଇ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ । ଶେଷରେ ଜଗବନ୍ଧୁ ପରିବାର ଲୋକଙ୍କ କଥାରେ ଆଘାତ ପାଇ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଘର ପାଖରୁ ପ୍ରାୟ ୪କିଲୋମିଟର ଦୂର ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଘଟଣା ବିଷୟରେ ଅବଗତ ହୋଇ ଛେଣ୍ଡିପଦା ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking