28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗବଡ଼ ଖବର: ବଜାରରେ ମିଳିବ କରୋନା ଔଷଧ

ବଡ଼ ଖବର: ବଜାରରେ ମିଳିବ କରୋନା ଔଷଧ

ଭୁବନେଶ୍ୱର :ଦେଶରେ ପ୍ରତିଦିନ କରୋନା ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢି ଚାଲିଛି । ଏହାି ମଧ୍ୟରେ ଆସିଛି ଏକ ଭଲ ଖବର । କରୋନା ଔଷଧ ସାଧାରଣରେ ବିକ୍ରି ପାଇଁ ଡ଼ିସିଜିଆଇ ପକ୍ଷରୁ ଅନୁମତି ମିଳିଛି । ଅନୁମତି ମିଳିବା ପରେ ଏଣିକି ବଜାରରେ କରୋନା ଔଷଧ ଉପଲବ୍ଧ ହେବ । କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ୍ ବିକ୍ରିକୁ ଅନୁମତି ମିଳିଛି । ରେମଡ଼େସିଭିର ଇଞ୍ଜେକ୍ସନ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପ୍ରେସପ୍ରିପ୍ସନ ଥିଲେ କରୋନା ଔଷଧ କିଣିହେବ ବୋଲି ସୂଚନା ମିଳିଛି । ସେହିପରି ଔଷଧ ବିକ୍ରି ପୂର୍ବରୁ ଦୋକାନୀ ରୋଗୀଙ୍କ ପ୍ରେସକ୍ରିପସନର ଫଟୋ କପି ରଖିବେ । କିଣା ବିକା ଲାଗି ଆବଶ୍ୟକ ହେବ ପ୍ରେସକ୍ରିପସନ୍ ଓ ଅନୁମତି ପତ୍ର ଦରକାର ପଡ଼ିବ । ଦୋକାନୀ ପ୍ରେସକ୍ରିପସନ୍ ଓ ଅନୁମତି ପତ୍ରର ଜେରକ୍ସ ରଖି ଔଷଧ ଦେବେ । ରୋଗୀ କିମ୍ବା ସମ୍ପର୍କୀୟଙ୍କ ପରିଚୟପତ୍ର ରଖିବା ବାଧ୍ୟତାମୂଳକ ହେବ ଏହାସହ ଗ୍ରାହକଙ୍କ ବାସସ୍ଥାନ ପ୍ରମାଣ ପତ୍ର ରଖିବା ବାଧ୍ୟତାମୂଳକ କରାଯାଇଛି କେବଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ରେମଡ଼ିସିଭିର ଇଞ୍ଜେକ୍ସନ ବିକ୍ରି ହେବ କୌଣସି ରୋଗୀ କିମ୍ବା ସମ୍ପର୍କୀୟ ସିଧାସଳଖ ଇଞ୍ଜେକ୍ସନ କିଣିପାରିବେ ନାହିଁ ବୋଲି ସର୍ତ୍ତ ଲାଗୁ ହୋଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking