27.1 C
Bhubaneswar
Friday, March 29, 2024
Homeକରୋନାଭାରତରେ ପୁଣି ସୃଷ୍ଟି ହୋଇପାରେ ସାଂଘାତିକ ପରିସ୍ଥିତି : ମିଳିତ ଜାତିସଂଘର ଆଶ୍ଚର୍ଯ୍ୟଜନକ ରିପୋର୍ଟ

ଭାରତରେ ପୁଣି ସୃଷ୍ଟି ହୋଇପାରେ ସାଂଘାତିକ ପରିସ୍ଥିତି : ମିଳିତ ଜାତିସଂଘର ଆଶ୍ଚର୍ଯ୍ୟଜନକ ରିପୋର୍ଟ

ନୂଆଦିଲ୍ଲୀ : କରୋନାର ଓମିକ୍ରନ୍ ଭାରିଆଣ୍ଟ ଏବେ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଦିନକୁ ଦିନ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଳିତ ଜାତିସଂଘ ଭାରତକୁ ଚେତାବନୀ ଦେଇଛି । ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ୨୦୨୧ ଏପ୍ରିଲରୁ ଜୁନ୍ ମଧ୍ୟରେ କୋଭିଡ-୧୯ର ଡେଲଟା ଭାରିଆଣ୍ଟ ମାରାତ୍ମକ ସ୍ଥିତି ସୃଷ୍ଟି କରିଥିଲା । ଏହି ଲହରରେ ୨ ଲକ୍ଷ ୪୦ ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । ଆର୍ôଥକ ପୁନଃରୁଦ୍ଧାରରେ ବାଧା ସୃଷ୍ଟି ହୋଇଥିଲା ଏବଂ ନିକଟ ଭବିଷ୍ୟତରେ ମଧ୍ୟ ଏହି ପ୍ରକାରର ସ୍ଥିତି ପୁଣି ଉତ୍ପନ୍ନ ହୋଇପାରେ । ମିଳିତ ଜାତିସଂଘର ବିଶ୍ୱ ଆର୍ôଥକ ସ୍ଥିତି ଏବଂ ସମ୍ଭାବନା ୨୦୨୨ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ କୋଭିଡ୍‌-୧୯ର ଅତ୍ୟଧିକ ସଂକ୍ରାମକ ଓମିକ୍ରନ ଭାରିଆଣ୍ଟର ନୂତନ ଲହର ମୃତ୍ୟୁ ସଂଖ୍ୟାକୁ ବୃଦ୍ଧି କରିପାରେ । ଆର୍ôଥକ କ୍ଷତି ମଧ୍ୟ ପୁଣିଥରେ ବୃଦ୍ଧି ପାଇବାର ଅନୁମାନ କରାଯାଇଛି । ରିପୋର୍ଟରେ କୁହାଯାଇଛି କି, ଭାରତରେ ଡେଲଟା ଭାରିଆଣ୍ଟ ସଂକ୍ରମଣର ଏକ ଘାତକ ଲହର ଏପ୍ରିଲ ଏବଂ ଜୁନ୍ ମଧ୍ୟରେ ୨,୪୦,୦୦୦ ଲୋକଙ୍କ ଜୀବନ ନେଇଥିଲା । ଆର୍ôଥକ ସୁଧାର ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଆଗକୁ ମଧ୍ୟ ସମାନ ପରିସ୍ଥିତି ଉପୁଜିପାରେ । ମିଳିତ ଜାତିସଂଘର ଆର୍ôଥକ ଏବଂ ସାମାଜିକ ବ୍ୟାପାର ବିଭାଗର ଅଣ୍ଡର ସେକ୍ରେଟେରୀ ଲିୟୁ ଜେନମିନ୍ କହିଛନ୍ତି ଯେ, ଏକ ସମନ୍ୱିତ ତଥା ସ୍ଥାୟୀ ବିଶ୍ୱସ୍ତରୀୟ ଆଭିମୁଖ୍ୟ ବିନା କୋଭିଡ୍‌-୧୯କୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ । ଏହି ମହାମାରୀ ବିଶ୍ୱ ଅଭିବୃଦ୍ଧି ଲାଗି ସବୁଠାରୁ ବଡ ବିପଦ ସାଜିପାରେ । ଭାରତୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ଭାରତରେ ବର୍ତ୍ତମାନ ସୁଦ୍ଧା ୧୫୪ କୋଟିରୁ ଅଧିକ ଟିକା ଦିଆଯାଇ ସାରିଛି । ଭାରତରେ କରୋନାର ଦ୍ୱିତୀୟ ଲହର ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିଲା । ଦେଶରେ ଦ୍ରୁତ ଗତିରେ ସଂକ୍ରମଣ ଏବଂ ମୃତ୍ୟୁ ମାମଲା ବୃଦ୍ଧି ପାଇଥିଲା । ଏଥିରେ ଦେଶର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭୁଶୁଡି ପଡିଥିଲା । ଏବେ ଭାରତରେ ଓମିକ୍ରନ୍ ଏବଂ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ରିପୋର୍ଟ ମୁତାବକ, ୨୦୨୧ ଡିସେମ୍ବର ସୁଦ୍ଧା ନେପାଳ, ପାକିସ୍ତାନ ଏବଂ ବାଂଲାଦେଶରେ ୨୬ ପ୍ରତିଶତରୁ କମ୍ ଜନସଂଖ୍ୟା ସମ୍ପୂର୍ଣ୍ଣ ରୂପେ ଟିକା ନେଇ ସାରିଛନ୍ତି । ଯେତେବେଳେ କି, ଭୁଟାନ, ମାଲଦ୍ୱୀପ ଓ ଶ୍ରୀଲଙ୍କାରେ ୬୪ ପ୍ରତିଶତରୁ ଅଧିକ ଲୋକ ଟିକା ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking