ଉପାନ୍ତ ଅଞ୍ଚଳରେ କୋଭିଡ୍ ପରୀକ୍ଷା ତ୍ୱରାନ୍ୱିତ

ସମ୍ବଲପୁର : ସାରା ରାଜ୍ୟରେ କୋଭିଡ୍ ସଂକ୍ରମଣ ପରିସ୍ଥିତି ଅନିୟନ୍ତ୍ରିତ ହୋଇପଡୁଥିବା ବେଳେ ଏବେ ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳରେ ସ୍ୱାବ୍ ଟେଷ୍ଟିଂ ସହ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ତେବେ ସମ୍ବଲପୁର ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ ପାଇଁ ଏବେ ବିଭିନ୍ନ ଗ୍ରାମାଞ୍ଚଳରେ ମୋବାଇଲ ଟେଷ୍ଟିଂ ଭ୍ୟାନ୍ ମାଧ୍ୟମରେ ଲୋକଙ୍କ କୋଭିଡ୍ ପରୀକ୍ଷା କରାଇବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ବ୍ୟବସ୍ଥା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଥିବା ବେଳେ ଏହା ଦ୍ୱାରା ଉପାନ୍ତ ଅଞ୍ଚଳରେ ଲୋକେ କୋଭିଡ୍ ପରୀକ୍ଷା କରାଇବାର ସୁବିଧା ପାଇପାରିବେ । କୋଭିଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ଲହରୀରେ ଏବେ ସାରା ସମ୍ବଲପୁର ଜିଲ୍ଲା ବେଶ୍ ପ୍ରଭାବିତ ହୋଇଛି । ବର୍ତ୍ତମାନ ଜିଲ୍ଲାର ଗ୍ରାମାଞ୍ଚଳରେ ଅଧିକ କୋଭିଡ୍ ରୋଗୀ ଚିହ୍ନଟ ହେଉଛନ୍ତି । ବିଶେଷ କରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ ସଚେତନତା ଅଭାବ ସହ କୋଭିଡ ପରୀକ୍ଷା ପାଇଁ ସୁବିଧା ନଥିବାରୁ ସ୍ଥିତି ଏପରି ହେଉଛି । ଜିଲ୍ଲାର ଉପାନ୍ତ ଅଞ୍ଚଳର ଲୋକଙ୍କ ଏହି ସମସ୍ୟା ଦୂର କରିବା ପାଇଁ ସେଲକୋ ଫାଉଣ୍ଡେସନ ଆଗକୁ ଆସିଛି । ରେଢ଼ାଖୋଲ ବିଧାୟକ ରୋହିତ ପୁଜାରୀଙ୍କ ଅନୁରୋଧ କ୍ରମେ ସେଲକୋ ଫାଉଣ୍ଡେସନ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉପାନ୍ତ ଗ୍ରାମାଞ୍ଚଳରେ ଲୋକଙ୍କୁ କୋଭିଡ୍ ପରୀକ୍ଷା ପାଇଁ ସୋଲାର ପାୱାର ଯୋଗେ ସ୍ୱାବ୍ କଲେକ୍‌ସନ ଭ୍ୟାନ୍ ସେବା ଯୋଗାଉଛି । ଏହି ସୋଲାର ମୋବାଇଲ ଭ୍ୟାନ୍‌ରେ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ଘର ନିକଟକୁ ସ୍ୱାବ ସଂଗ୍ରହ ସହ କୋଭିଡ୍ ପରୀକ୍ଷା କରାଯାଉଛି । ରେଢ଼ାଖୋଳ ବିଧାନସଭା ମଣ୍ଡଳୀରେ ଏମିତି ବହୁତ ଗ୍ରାମ ରହିଛି ଯେଉଠାରୁ ବ୍ଲକ୍ ମୁଖ୍ୟାଳୟକୁ ଆସି କୋଭିଡ୍ ପରୀକ୍ଷା କରିବା ପାଇଁ ଅସୁବିଧା ଭୋଗିଥାନ୍ତି ଲୋକେ । ଏହାକୁ ଦୃଷ୍ଠିରେ ରଖି ବିଧାୟକ ରୋହିତ ପୁଜାରି ସେଲକୋ ଫାଉଣ୍ଡେସନକୁ ଲୋକଙ୍କୂ ସଚେତନତା କରିବା ସହ ଆବଶ୍ୟକତା ଥିବା ଉପାନ୍ତ ଅଞ୍ଚଳରେ କୋଭିଡ୍ ପରୀକ୍ଷା କରିବା ପାଇଁ କହିଥିଲେ । ଏହାପରେ ସେଲ୍‌କୋ ଫାଉଣ୍ଡେସନ ସୋଲାର ପାୱାର ସ୍ୱାବ କଲେକ୍‌ସନ ଭ୍ୟାନ ସେବା ରେଢ଼ାଖୋଲର ବିଭିନ୍ନ ଅଞ୍ଚଳରେ ଆରମ୍ଭ କରିଛି । ସବୁଠୁଁ ବଡ଼କଥା ହେଲା ଏହି ମୋବାଇଲ ଭ୍ୟାନଟି ସଂପୂର୍ଣ୍ଣ ସୋଲାର ପାୱାରରେ ପରିଚାଳନା ହେବା ସହ ଏଥିରେ କୋଭିଡ୍ ପରୀକ୍ଷା କରାଯାଉଛି । ଅଞ୍ଚଳରେ ଏହିଭଳି ପରୀକ୍ଷା ହେଉଥିବା ଯୋଗୁଁ ସ୍ଥାନୀୟ ସରପଞ୍ଚ ମନବୋଧ ଭୋଇ, ବିଧାୟକ ରୋହିତ ପୂଜାରୀ ସନ୍ତୋଷ ପ୍ରକାଶ କରିଥିବା ବେଳେ ଲୋକେ ସେଲକୋ ଫାଉଣ୍ଡେସନକୁ ପ୍ରଶଂସା କରିଛନ୍ତି ।

LEAVE A REPLY

Please enter your comment!
Please enter your name here