29.1 C
Bhubaneswar
Thursday, April 25, 2024
Homeକରୋନା ଓଡିଶାକମୁଛି କରୋନା ସଂକ୍ରମଣ, କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ଶଯ୍ୟା ଖାଲି

କମୁଛି କରୋନା ସଂକ୍ରମଣ, କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ଶଯ୍ୟା ଖାଲି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଜୁନ୍ ଦ୍ୱିତୀୟ ସପ୍ତାହରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି । ଗତ ୧୭ ତାରିଖ ସଂଧ୍ୟା ୫ଟା ସୁଦ୍ଧା ଜିଲ୍ଲାରେ ୩୫ ଜଣ ସଂକ୍ରମିତଙ୍କ ଚିହ୍ନଟ ହୋଇଥିବା ବେଳେ ଗତ ୧୬ ତାରିଖ ସନ୍ଧ୍ୟା ୫ ଟା ସୁଦ୍ଧା ୪୩ ଜଣ ଚିହ୍ନଟ ହୋଇଥିଲେ । ଅପରପକ୍ଷେ ୫୩ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି । ଫଳରେ ଜିଲ୍ଲା କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟରରେ ଏବେ ୮୦ ପ୍ରତିଶତ ଶଯ୍ୟା ଖାଲି ହୋଇଯାଇଛି ।

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରୁ ଜିଲ୍ଲାରେ ପ୍ରତିଦିନ କରୋନା ସଂକ୍ରମିତ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଥିଲା । ଯାହା ଫଳରେ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରରେ ରୋଗୀଙ୍କ ଭିଡ଼ ଲାଗି ରହିଥିଲା । ଦୈନିକ ସଂକ୍ରମଣ ୬ ଶହରୁ ୭ ଶହ ରହୁଥିଲା । ବେଳେବେଳେ ସ୍ଥିତି ଏପରି ହେଉଥିଲା ଯେ, ବହୁ ରୋଗୀ ହସ୍ପିଟାଲରେ ଶଯ୍ୟା ନ ପାଇ ଘରେ ଚିକିତ୍ସିତ ହୋଇଥିଲେ । ସମୟ ସମୟ ଅନୁଯାୟୀ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲାରେ କୋଭିଡ୍ ଚିକିତ୍ସା ଓ ପରିଚାଳନାରେ ବ୍ୟାପକ ପରିବର୍ତ୍ତନ କରିବା ସହିତ କୋଭିଡ୍ ନିୟମ କଡ଼ାକଡ଼ି ଭାବେ ପାଳନ କରିଥିଲେ । ଯାହାଫଳରେ ସଂକ୍ରମଣ ତଳମୁହାଁ ହୋଇଛି ଓ ହସ୍ପିଟାଲରେ ବେଡ୍ ଖାଲି ପଡୁଛି । ଗତ ମେ’ ମାସରେ କୋଭିଡ୍ ହସ୍ପିଟାଲ୍‌ଗୁଡ଼ିକରେ ମାତ୍ର ୧୫ ପ୍ରତିଶତ ବେଡ୍ ଖାଲି ପଡୁଥିବା ବେଳେ ବର୍ତ୍ତମାନ ୮୦ ପ୍ରତିଶତ ଶଯ୍ୟା ଖାଲି ରହିଛି । ଜିଲ୍ଲାରେ କୋଭିଡ୍ ହସ୍ପିଟାଲ ସମେତ ୫ଟି କୋଭିଡ୍ କେୟାର ସେଣ୍ଟରରେ ୭ଶହ ଶଯ୍ୟା ରହିଛି । ବର୍ତ୍ତମାନ କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟର ଗୁଡିକରେ ମଧ୍ୟ ୫୦-୬୦ ପ୍ରତିଶତ ଶଯ୍ୟା ଖାଲିଥିବା କୋଭିଡ୍ ହସ୍ପିଟାଲ ଇନ୍‌ଚାର୍ଜ ଡାକ୍ତର ନିହାର ରଞ୍ଜନ ପଣ୍ଡାଙ୍କ ସୂଚନା ଦେଇଛନ୍ତି । ଅନ୍ୟପଟେ କୋଭିଡ୍ ସଂକ୍ରମଣ ବୃଦ୍ଧି ଓ ତୃତୀୟ ଲହରକୁ ଆଖି ଆଗରେ ରଖି ଜିଲ୍ଲାପ୍ରଶାସନ କୋଭିଡ୍ ପରିଚାଳନାରେ ଅଧିକ ପରିବର୍ତ୍ତନ କରିବା ସହିତ ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଛନ୍ତି । ଅପରପକ୍ଷେ ସରକାରୀ ଇଞ୍ଜିନିୟରିଂ କଲେଜରେ ୨ ଶହ ଶଯ୍ୟା ବିଶିଷ୍ଟ ଦ୍ୱିତୀୟ କୋଭିଡ୍ ହସ୍ପିଟାଲ ଶୀଘ୍ର ଉଦ୍‌ଘାଟନ ହେବ । ସେଥିରେ ୧୦ରୁ ଅଧିକ ଆଇସିୟୁ, ଏଚ୍‌ଡିୟୁ, ଏନ୍‌ଆଇଭି, ଅଧିକ ଭେଣ୍ଟିଲେଟର୍ ଏହି କୋଭିଡ୍ ହସ୍ପିଟାଲରେ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking