39.2 C
Bhubaneswar
Thursday, April 18, 2024
Homeକରୋନା ଓଡିଶାକରୋନା ସଂକ୍ରମଣ ନେଇ କ’ଣ କହିଲେ ଡିଏମଇଟି

କରୋନା ସଂକ୍ରମଣ ନେଇ କ’ଣ କହିଲେ ଡିଏମଇଟି

ଭୁୁବନେଶ୍ୱର: କୋଭିଡ ସଂକ୍ରମଣକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ବାବଦରେ ପ୍ରଶାସନକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ସେମାନଙ୍କ ପରୀକ୍ଷା କରି ସଙ୍ଗରୋଧ କରିପାରିବା । ଟିକାକରଣ ବ୍ୟାପକ କରିବା, ଟିକାରେ କେଉଁଠି ବି ପାଶ୍ୱର୍ ପ୍ରତିକ୍ରିୟା ହୋଇନି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଉଛି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଦେଶ ସମେତ ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କିଛି ମାସ ଧରି କରୋନା ଗ୍ରାଫ କମିଥିବା ବେଳେ ସମସ୍ତେ ଭାବିଥିଲେ ଏହିପରି ଭାବରେ କରୋନା ଧିରେ ଧିରେ ସମାପ୍ତ ହେଉଛି । ହେଲେ ନା, ଏବେ ଏହି ମହାମାରୀ କଡ ଲେଉଟାଇଛି । ଯାହାକୁ ନେଇ ସରକାର ଚିନ୍ତାରେ ଥିବା ବେଳେ ପୂର୍ବଭଳି କରୋନା କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking