33.1 C
Bhubaneswar
Thursday, April 25, 2024
Homeଓଡିଶାଲକ ଡାଉନ ନିୟମ ଉଲଙ୍ଘନ : ୧୫୦ ରୁ ଉର୍ଦ୍ଧ ବାଇକ୍ ଜବତ

ଲକ ଡାଉନ ନିୟମ ଉଲଙ୍ଘନ : ୧୫୦ ରୁ ଉର୍ଦ୍ଧ ବାଇକ୍ ଜବତ

ଝାରସୁଗୁଡା : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ ଡାଉନ ଘୋଷଣା କରି ଲୋକଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ସଚେତନ ସତ୍ୱ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଏହି ଲକ ଡାଉନକୁ ଜିଲ୍ଲାରେ କିଛି ଲୋକ ଉଲଙ୍ଘନ କରୁଛନ୍ତି । ଖାଉଟି ସାମଗ୍ରୀ, େଓøଷଧ ପରି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବାହାନାରେ ଏମାନେ ଅନାବଶ୍ୟକ ଭାବରେ କାର, ବାଇକରେ ବାହାରେ ବୁଲୁଛନ୍ତି । ଏହିପରି ଆଜି ନିୟମ ଉଲଙ୍ଘନ କରି ଅନାବଶ୍ୟକ ଭାବରେ ବାହାରକୁ ବାହରିଥିବା ପ୍ରାୟ ୧୫୦ ରୁ ଉର୍ଦ୍ଧ ଲୋକଙ୍କ ଗାଡି ଝାରସୁଗୁଡା ପୁଲିସ ଜବତ କରିଛି । ଏହା ସହ ଏହି ବାଇକ ଆରୋହୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ବାଇକ ମାଲିକମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ସୂଚନା ଅନୁଯାୟୀ, ଜିଲ୍ଲାରେ କରୋନା କଟକଣାକୁ କଡାକଡି ଭାବରେ ଲାଗୁ କରି ଜନ ଗହଳି ରୋକିବା ତଥା ସାମଜିକ ଦୁରତ୍ୱ ବଜାୟ ରଖିବା ପାଇଁଁ ଗତ ୭ ତାରିଖରୁ ଅନାବଶ୍ୟକ ଗାଡି ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇଥିଲା । ବଜାର କିମ୍ବା ଖାଉଟି ସାମଗ୍ରୀ କିଣିବାକୁ ଗଲେ ବାଇକ ପରିବର୍ତେ ଚାଲିକି ଅବା ସାଇକେଲରେ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲା । କେବଳ ଔଷଧ କିଣିବା, ଚିକିତ୍ସାଳୟକୁ ଆସିବା କିମ୍ବା ଅଫିସକୁ ଯାଉଥିବା କର୍ମଚାରୀମାନେ ଗାଡି ବ୍ୟବହାର କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା । ଏହାସହ ଏହାକୁ ଉଲଙ୍ଘନ କଲେ ବାଇକ ଜବତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା । ଫଳରେ ପ୍ରଶାସନର ନିର୍ଦ୍ଦେଶକୁ ଉଲଙ୍ଘନ କରିଥିବା ୪୦୦ରୁ ଉର୍ଦ୍ଧ ଲୋକଙ୍କ ବାଇକ ପୂର୍ବରୁ ପୁଲିସ ଜବତ କରିଥିଲା । ହେଲେ ଲକଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଗଲା ସମୟରେ ଲୋକଙ୍କ ବାଇକ ଚଳାଚଳ ଉପରେ ରୋକ ନ ଲଗାଇବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଗାଡି ଜବତ କରିବା ବନ୍ଦ କରାଯାଇ ଜବତ ହୋଇଥିବା ବାଇକଗୁଡିକୁ ଅଣ୍ଡରଟେକିଙ୍ଗ ଲେଖାଇ ମାଲିକମାନଙ୍କୁ ହସ୍ତାନ୍ତର କରାଯାଉଛି । ତେବେ ଗତକାଲି ହାଇକୋର୍ଟ ପୂର୍ବ ରାୟକୁ ସଂଶୋଧନ କରି କେବଳ ବୃଦ୍ଧ ଓ ଦିବ୍ୟାଙ୍ଗମାନଙ୍କୁ ଗାଡି ଚଳାଚଳ ପାଇଁ ଅନୁମତି ଦେଇଥିଲା । ହେଲେ ଆଜି ଝାରସୁଗୁଡାରେ ବହୁ ସଂଖ୍ୟାରେ ସାଧାରଣ ଲୋକେ ବାଇକ ଧରି ବାହରକୁ ଆସିଥିବା ସମୟରେ ପୁଲିସ ସେମାନଙ୍କ ଗାଡିକୁ ଜବତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking