29.1 C
Bhubaneswar
Friday, April 26, 2024
Homeକରୋନାରାଷ୍ଟ୍ରପତି ଭବନରେ କରୋନା

ରାଷ୍ଟ୍ରପତି ଭବନରେ କରୋନା

ନୂଆଦିଲ୍ଲୀ : କରୋନା କବଳରେ ରାଷ୍ଟ୍ରପତି ଭବନ । ଭାରତରେ ସବୁଠୁ ସୁରକ୍ଷିତ ଅଂଚଳ ଭାବେ ଗଣାଯାଉଥିବା ରାଷ୍ଟ୍ରପତି ଭବନରେ କରୋନା ସଂକ୍ରମଣକୁ ନେଇ ହଇଚଇ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇଁ କାର୍ଯ୍ୟ କରୁଥିବା ଜଣେ ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ଏହି ମହାମାରୀ ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ସଫେଇ କର୍ମଚାରୀଙ୍କ ସମ୍ପର୍କୀୟ ରାଷ୍ଟ୍ରପତି ଭବନ ପରିସର ମଧ୍ୟରେ ହିଁ ରହୁଥିଲେ। ହେଲେ ସେ ରାଷ୍ଟ୍ରପତି ଭବନର କର୍ମଚାରୀ ନୁହନ୍ତି। ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସମଗ୍ର ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏ ନେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୧୨୫ ପରିବାରକୁ ସେଲ୍ଫ ଆଇସୋଲେସନ୍‌ର ନିର୍ଦ୍ଦେଶନାମା ଦିଆଯାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।
https://onakhabar.com/2020/04/21/5-more-corona-positive-cases-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking