16.1 C
Bhubaneswar
Friday, January 28, 2022
Homeଓଡିଶାକୋରନା ମହାମାରୀ ପାଇଁ  ଜନ ସଚେତନତା ସହ   ସାନିଟାଇଜର କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ 

କୋରନା ମହାମାରୀ ପାଇଁ  ଜନ ସଚେତନତା ସହ   ସାନିଟାଇଜର କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ 

ଜଗତସିଂହପୁର:(ପ୍ରତାପ କୁମାର ସିଂହ)ଜଗତସିଂହପୁର ଜିଲ୍ଲା ର ଅଗ୍ରଣୀ ସାମାଜିକ ସଂଗଠନ ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ  , ସ୍ୱୟଂ ସ୍ୱତନ୍ତ୍ର ସାମାଜିକ ସଂଗଠନ  ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ  ଜିଲ୍ଲା ଶାଖା ତରଫରୁ କୋରନା ଭୂତାଣୁକୁ ନେଇ ନାଉଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ  ଗ୍ରାମରେ ସଚେତନତା ବାର୍ତା ପ୍ରଚାର ସହ ସାନିତେଜର କାର୍ଯ୍ୟ କରାଯାଇଛି।ସଂଗଠନର ଯୁବ ଛାତ୍ର ସ୍ବେଚ୍ଛାସେବୀମାନଙ୍କ ଦ୍ଵାରା ଘର ଘର ବୁଲି ସାମାଜିକ ଦୁରତାର ଗୁରୁତ୍ୱ ବିଷୟରେ ଲୋକଙ୍କୁ ବୁଝେଇବା ସହ ସରକାରଙ୍କ ଦ୍ୱାରା କୋରନା ଭୂତାଣୁକୁ ରୋକିବା ତଥା ଲକଡାଉନ  ବେଳେ ସାଧାରଣ ଲୋକଙ୍କ ସାହାଯ୍ୟ ପାଇଁ ନିଆଯାଇଥିବା ବହୁ ଜନହିତକର ପଦକ୍ଷେପ ବିଷୟରେ ମଧ୍ୟ କୁହାଯାଇଥିଲା। ନିଜ ନିଜ ମୋବାଇଲରେ ଆରୋଗ୍ୟ ସେତୁ ଆପ ଡାଉନଲୋଡ କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜରୁରୀକାଳୀନ ଟୋଲ ଫ୍ରି ନମ୍ବର ବିଷୟରେ ମଧ୍ୟ ସଭିଙ୍କୁ ଅବଗତ କରାଯାଇଥିଲା। ସ୍ବେଚ୍ଛାସେବୀମାନେ ପରିଷ୍କାର ପରିଚ୍ଛନ୍ନତା ବିଷୟରେ ମଧ୍ୟ  କହିବା ସହ ସାବୁନ ଓ ମାସ୍କ ବ୍ୟବହାରର ଗ୍ରୁରୁତ୍ବ ବୁଝେଇଥିଲେ। ଏଥିରେ ସୁଜିତ ସ୍ୱାଇଁ ଅବିନାଶ ବିଶ୍ୱାଳ ,  ଲିଟନ ମଲ୍ଲିକ , ପ୍ରମୁଖ ଉପସ୍ଥିତ ରହିଥିଲେ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking