32.1 C
Bhubaneswar
Tuesday, April 23, 2024
Homeକରୋନା ଓଡିଶାକରୋନା କଟକଣା କୁ ଫୁ, ଭିଡ଼ ଜମାଇ ପାଳନ କଲେ ପୂଜାପାଠ

କରୋନା କଟକଣା କୁ ଫୁ, ଭିଡ଼ ଜମାଇ ପାଳନ କଲେ ପୂଜାପାଠ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଥାନା ଅନ୍ତର୍ଗତ ନୂଆକୋଟ ପଞ୍ଚାୟତର ଦହଣକ୍ଷମାଲ ଗ୍ରାମରେ ମଙ୍ଗଳବାର ରାତିରେ କରୋନା କଟକଣା କୁ ଫୁ କରି ଅଲେଖ ଧର୍ମାବଲମ୍ବୀଙ୍କ ତରଫରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ଜମାକାରୀ ଏକ ମହାଯଜ୍ଞର ଆୟୋଜନ କରାଯାଇଥିଲା । କରୋନା ପରି ମହାମାରୀକୁ ରୋକିବା ପାଇଁ ଜିଲ୍ଲାପ୍ରଶାସନ ତରଫରୁ ବିଭିନ୍ନ କଟକଣା ଜାରି କରି ଅମାନିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ଖୋଲାଖୋଲି ଭାବରେ ଏଠି ନିୟମକୁ ଉଲ୍ଲଙ୍ଘନ କରାଯାଇଥିବା ଦେଖିବାକୁ ମିଳିଅଛି । ସୂଚନା ଅନୁଯାୟୀ, ଦହଣାମାଲ ଗ୍ରାମରେ ଅଲେଖ ଧର୍ମାବଲମ୍ବୀ ଭକ୍ତଙ୍କ ତରଫରୁ ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ରାତିରେ ଶହ ଶହ ସ୍ତ୍ରୀ ଲୋକେ ଏକାଠି ହୋଇ ମୁଣ୍ଡରେ କଳସ ଶହ ଦୀପ ଧରି ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାରେ ଶତାଧିକ ଅଲେଖ ଧର୍ମର ଭକ୍ତ ଉପସ୍ଥିତ ଥିଲେ । ମହାଆଡମ୍ବରରେ ମାଇକ ଲଗାଇ ପୂଜାର୍ଚନା କରୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ରାତ୍ର ୧ ଘଣ୍ଟା ସମୟରେ ଘଟଣା ସ୍ଥଳରେ ପହଞ୍ଚି ଭିଡ଼କୁ କାବୁ କରିବା ସହ ଲୋକଙ୍କୁ ଘଉଡ଼ାଇ ଥିଲା । ସେଠାକାର ପୂଜା ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କୁ ଥାନାକୁ ଡାକି ପଚରା ଉଚରା କରୁଥିବା ମୈଦଲପୁର ଫାଣ୍ଡି ଅଧିକାରୀ ଅନାମୁ ଦିଆନ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ସେମାନେ ପୂଜା ପାଇଁ କୌଣସି ଅନୁମତି ଥାନାରେ ଲିଖିତ ଦେଇନଥିବା କହିଛନ୍ତି । ଏପଟେ ପଲ୍ଲୀ ଅଞ୍ଚଳମାନଙ୍କରେ ପୋଲିସ ପ୍ରଶାସନ ପହଞ୍ଚି ପାରୁନଥିବାର ସୁଯୋଗ ନେଇ ଗ୍ରାମାଞ୍ଚଳମାନଙ୍କରେ ଯାନୀ ଯାତ୍ରା ଏବଂ ବାହାଘର ଆଦି କରି ଭିଡ଼ ଜମାଇ ସଂକ୍ରମଣକୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking