31.1 C
Bhubaneswar
Friday, March 29, 2024
Homeଅପରାଧକରୋନା ଭୟରେ ହଜିଗଲା ମାନବିକତା,ଚାଲିଗଲା ଜୀବନ

କରୋନା ଭୟରେ ହଜିଗଲା ମାନବିକତା,ଚାଲିଗଲା ଜୀବନ

ମୟୂରଭଞ୍ଜ(ଘାସିରାମ ବେହେରା)-କରୋନା ସଂକ୍ରମଣର ଭୟ ଛଡ଼ାଇନେଉଛି ମାନବିକତା। ନେହୁରା ହେଲେ କିନ୍ତୁ ସାହାଯ୍ୟ ପାଇଁ ପାଖକୁ କେହି ଆସିଲେନି, ଚାଲିଗଲା ଗୋଟେ ଜୀବନ। ଏଭଳି ଏକ ସ୍ପର୍ଶକାତର ଘଟଣା ମୟୁରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ନିକଟ ମୁଖ୍ୟରାସ୍ତା ପାର୍ଶ୍ଵରେ ଦେଖିବାକୁ ମିଳିଛି। ତେବେ ଝାରପୋଖରିଆ ଥାନା ଅନ୍ତର୍ଗତ ସାରସକଣା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ମୁଖ୍ୟରାସ୍ତା ପାର୍ଶ୍ବରୁ ଉଦ୍ଧାର ହୋଇଛି ଏକ ମୃତଦେହ। ମୃତକ କନ୍ଦା କିସ୍କୁ(୫୦) ବୋଲି ଜଣାପଡିଛି । ମୃତ କନ୍ଦା କିସ୍କୁ ସକାଳ ପ୍ରାୟ ୯.୩୦ରେ ମୟୁରଭଞ୍ଜ ଜିଲ୍ଲା ଖଇରବଣିରୁ ବହାଡ଼ାଗଡା ଥାନା ସ୍ଥିତ ବନକାଟା ଗ୍ରାମକୁ ଯାଉଛି କହି ଆସିଥିଲେ । ତେବେ ଦିନ ୧୧.୪୦ ସମୟରେ ସାରସକଣା ଅଞ୍ଚଳର ଜନୈକ ଗଣମାଧ୍ୟମ ପ୍ରତିନିଧି ସେହି ରାସ୍ତାରେ ଯାଉଥିବାବେଳେ ରାସ୍ତା ପାର୍ଶ୍ଵରେ କେହିଜଣେ ସାଇକେଲ ସହ ପଡିଥିବାର ଦେଖି ପ୍ରଥମେ ଅଗ୍ନିଶମବିଭାଗ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ହେଲେ ଅଗ୍ନିଶମବିଭାଗର ଅଧିକାରୀ କୋଉଠି ରଖିବୁ ଅଫିସରେ ରଖିପାରିବୁ ନାହିଁ । ମେଡିକାଲ ରିସିଭ କରିବେ କି ନାହିଁ, କାହାକୁ ନେଇ କିଛି ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ରାସ୍ତାରେ ଯାତାୟତ କରୁଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଗଣମାଧ୍ୟମ ପ୍ରତିନିଧି ଅନୁରୋଧ କରିଥିଲେ ହେଲେ କେହିବି ସାହାଯ୍ୟ କରିନଥିଲେ ବରଂ ନିଜନିଜ ରାସ୍ତାରେ ଚାଲି ଯାଇଥିଲେ। ତେବେ ଖବରପାଇ ସ୍ଥାନୀୟ ଅଗ୍ନିଶମବିଭାଗ ପକ୍ଷରୁ ଠିକ ସମୟରେ ସହଯୋଗ କରି ମେଡିକାଲ ନେଇଥିଲେ ହୁଏତ ଲୋକଟିର ଜୀବନ ବଞ୍ଚିଯାଇ ପାରିଥାନ୍ତା ବୋଲି ଅନ୍ୟଜଣେ ସ୍ଥାନୀୟ ଯୁବକ କହିଛନ୍ତି ।
ତେବେ ପ୍ରବଳଖରା ସାଙ୍ଗକୁ ଗୁଳୁଗୁଳି ସହିନପାରି ଲୋକଟିର ମୃତ୍ୟୁ ହୋଇଥିଲା । ଖବରପାଇ ଝାରପୋଖରିଆ ଥାନାର ଏସ.ଆଇ. ପଞ୍ଚାନନ ମହାନ୍ତି ସଦଳବଳେ ପହଁଚି ପ୍ରାଥମିକ ତଦନ୍ତ କରିବା ପରେ ଏକ ଅପମୃତ୍ୟୁ ମାମଲା 13/2020ନଂ ରୁଜୁକରି ମୃତଦେହକୁ ବ୍ୟବଛେଦ ପାଇଁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠାଇଥିବା ଜଣାପଡ଼ିଛି। ତେବେ ଶବ ବ୍ୟବଛେଦ ରିପୋର୍ଟ ହସ୍ତଗତ ହେବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking