27.1 C
Bhubaneswar
Friday, March 29, 2024
Homeଓଡିଶାଶକ୍ତି ବିଭାଗରେ ପଶିଲା କରୋନା

ଶକ୍ତି ବିଭାଗରେ ପଶିଲା କରୋନା

ଭୁବନେଶ୍ଵର: ସ୍ୱାସ୍ଥ୍ୟ ବିଭାଗ ପରେ ଆଜି ଖାରବେଳ ଭବନ ସ୍ଥିତ ଶକ୍ତି ବିଭାଗରେ ପ୍ରବେଶ କରିଛି କରୋ ନା । ବିଭାଗରେ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗର ୧୨ଜଣ କର୍ମଚାରୀ ପ ଜେ ଟିଭ୍ ଚିହ୍ନଟ ପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କୁ ଆସନ୍ତା ସୋମବାର ଯାଏଁ ସିଲ୍ କରାଯାଇଛି । ଏହି ସମୟ ଭିତରେ ବିଭାଗକୁ ବିଶୋଧନ କରାଯିବା ସହିତ ଅନ୍ୟ କର୍ମଚାରୀଙ୍କ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି ।
ଅନ୍ୟପଟେ ଲୋକସେବା ଭବନରେ ସ୍ୱାସ୍ଥ୍ୟ ବିଭାଗର ପ୍ରାୟ ୧୦ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହେବ ପରେ ସମସ୍ତ ସରକାରୀ କର୍ମଚାରୀଙ୍କ ଭିତରେ ଆତଙ୍କ ଖେଳିଯାଇଛି । ଆଜି ଓଡିଶା ସଚିବାଳୟ ସେବା ସଂଘ ପକ୍ଷରୁ ଲୋକସେବା ଭବନ,ଖାରବେଳ ଭବାନ ଓ ରାଜୀବ ଭବନ ର ସମସ୍ତ କର୍ମଚାରୀଙ୍କ କୋଭି ଡ୍ ଟେଷ୍ଟ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking