27.1 C
Bhubaneswar
Thursday, April 25, 2024
Homeଓଡିଶାକରୋନା ଯୁଦ୍ଧରେ ସାମିଲ୍ ହେଲେ ଗ୍ରାମବାସୀ : ନିୟମ ମାନିବାକୁ ନେଲେ ବଜ୍ର ଶପଥ

କରୋନା ଯୁଦ୍ଧରେ ସାମିଲ୍ ହେଲେ ଗ୍ରାମବାସୀ : ନିୟମ ମାନିବାକୁ ନେଲେ ବଜ୍ର ଶପଥ

ଫୁଲବାଣୀ : କରୋନା ଯୁଦ୍ଧରେ ସାମିଲ୍ ହେଲେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକର ଏକ ଅପହଂଚ ଇଲାକାର କୁଟିଆ ଅଧିବାସୀମାନେ । ସରକାରୀ ନିୟମକୁ ମାନିବାକୁ ନେଲେ ବଜ୍ର ଶପଥ । କୁଟିଆ ଅଧିବାସୀଙ୍କ ସଚେତନତାର ବାହକ ସାଜିଲେ କିଛି ସ୍ୱେଚ୍ଛାସେବୀ ଓ ଶିକ୍ଷକ ।
କୁଟିଆ ଅଧିବାସୀଙ୍କ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନେ ସଚେତନତା ହୋଇ ପାରିନାହାନ୍ତି । ଏଭଳି ସ୍ଥଳେ ବର୍ତମାନ କୋରନା ଭୟ ମଧ୍ୟ ସେମାନେ ଜାଣି ନଥିଲେ ମଧ୍ୟ ଶୁଣି ତାଙ୍କ ମନରେ ଥିଲା ଅନେକ ପ୍ରଶ୍ନ । ଏଭଳି ସ୍ଥଳେ ଶୁକ୍ରବାର ଉକ୍ତ ଅପହଂଚ ଇଲାକରେ ପହଂଚିଥିଲେ ଏହିମାନେ । ତୁମୁଡ଼ିବନ୍ଧ ବ୍ଳକର ମୁଣ୍ଡିଗଡ଼ ପଂଚାୟତର ଏକ ଅପହଂଚ ଇଲାକା ହେଉଛି ଘୁମୁରାଗାଁ । ପଂଚାୟତ ଠାରୁ ଗ୍ରାମର ଦୂରତା ପ୍ରାୟ ୫ କିଲୋମିଟର ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିନାହିଁ ସବୁଦିନିଆ ରାସ୍ତା । ଚାଲି ଚାଲି ଗଲେ ହିଁ ପଡ଼ିବ ଉକ୍ତ ଗ୍ରାମ । ସେଠାରେ ପହଂଚି ଥିଲେ ତୁମୁଡ଼ିବନ୍ଧ ବ୍ଳକ ବେଲଘର ଥାନା ଅନ୍ତର୍ଗତ ଦୁର୍ଗମ ଗୁମା ଗ୍ରାମର ଯୁବତୀ ସୁଶ୍ରୀ ଅର୍ଚ୍ଚନା ରାଣି ପରାସେଟଙ୍କ ସହିତ ମୁଣ୍ଡିଗୁଡ଼ ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ସେବା ଭାରତିର ସଂପାଦକ ପ୍ରମୋଦ ପଟ୍ଟନାୟକ ଓ ଶିକ୍ଷକ ଧନୁର୍ଯ୍ୟୟ ମଣ୍ଡଳ ଏବଂ ଅନ୍ୟମାନେ । ସେଠାରେ ପହଂଚି ଗ୍ରାମବାସୀଙ୍କ କରୋନା ସଂପର୍କରେ ଅବଗତ କରିବାସହିତ ଏହି ଭୂତାଣୁ ଠାରୁ କିଭଳି ଭାବେ ଦୂରେଇ ରହିବ ପାରିବ ଏବଂ ହାତ ଧୋଇବା ଭଳି ବିଭିନ୍ନ ଦିଗ ଉପରେ ସଚେତନ କରିବା ସହିତ ଶପଥ ନେଇଥିଲେ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking