27.1 C
Bhubaneswar
Thursday, April 25, 2024
Homeଓଡିଶା୩୦୦ ଡେଇଁଲା ବଲାଙ୍ଗିର: ଆଜି ସହରରୁ ୪ ସମେତ ଜିଲ୍ଲାରୁ ୬ ଚିହ୍ନଟ

୩୦୦ ଡେଇଁଲା ବଲାଙ୍ଗିର: ଆଜି ସହରରୁ ୪ ସମେତ ଜିଲ୍ଲାରୁ ୬ ଚିହ୍ନଟ

 
ବଲାଙ୍ଗିର- ବଲାଙ୍ଗିର ଜିଲ୍ଲାରେ ଆଜି ୬ ଜଣ ଆକ୍ରାନ୍ତ ଚିହ୍ନଟ ହେବା ସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଡେଇଁଛି । ଆଜି ସହରରୁ ପୁଣି ୪ ଜଣ ଚିହ୍ନଟ ହେବା ସହିତ ସାରା ଜିଲ୍ଲାରୁ ୬ ଜଣ ଚିହ୍ନଟ ହୋଇଛନ୍ତି । ସରକାରୀ ରିପୋର୍ଟ ଅନୁସାରେ ସହରର ବରପାଲି ପଡ଼ା, ମାଲପଡ଼ା, ଗାନ୍ଧିନଗର ପଡ଼ା ଓ ବେହେରାପାଲି ରୁ ଚାରି ଜଣ ପୁରୁଷ ନୂତନ ଭାବେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ବୟସ ଯଥାକ୍ରମେ ୪୫, ୩୮, ୨୫ ଓ ୨୮ ବର୍ଷ ରହିଛି । ଏହି ଚାରି ଜଣ ଯାକ ସ୍ଥାନୀୟ ସଂକ୍ରମଣ ର ଶିକାର ହୋଇଥିବା ସରକାରୀ ରିପୋର୍ଟ ରେ ଦର୍ଶାଯାଇଛି । ଏହା ସହ ଲୋଇସିଂହା ବ୍ଲକ ର ବନଛୋର ପାଲି ର ଜଣେ ୩୮ ବର୍ଷୀୟ ପୁରୁଷ ସ୍ଥାନୀୟ ସଂକ୍ରମନରେ ସଂକ୍ରମିତ ହୋଇଥିବା ବେଳେ ତୁରେକେଲା ବ୍ଲକ ର ସାଲେମୁଣ୍ଡ ଗାଁ ର ଜଣେ ୨୮ ବର୍ଷୀୟ ପୁରୁଷ ଭୁବନେଶ୍ୱର ଏପୋଲୋ ହସ୍ପିଟାଲ ରେ ସିକିତ୍ସିତ ହେବ ସମୟରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ତେବେ ଆଜିସୁଦ୍ଧା ଜିଲ୍ଲାରେ ସମୁଦାୟ ୩୦୪ ଜଣ ସଂକ୍ରମିତ , ୩୮ ଜଣ ଚିକିତ୍ସିତ ହେଉଥିବା ବେଳେ ୨୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସରକାରୀ ସୂଚନା ରୁ ପ୍ରକାଶ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking