37.1 C
Bhubaneswar
Thursday, March 28, 2024
Homeକରୋନାକରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୪୮୮

କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୪୮୮

ନୂଆଦିଲ୍ଲୀ: ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ ଏଥିରେ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୪ ହଜାର ୩୭୮ରେ ପହଂଚିଥିବା ବେଳେ ମୃତକଙ୍କ ସଂଖ୍ୟା ୪୮୮ ଛୁଇଁଛି । ଦେଶରେ ୨୪ ଘଣ୍ଟାରେ ଦେଶରେ ୯୯୧ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ୪୩ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଏପର‌୍ୟ୍ୟନ୍ତ ଭାରତରେ ୪୮୦ ଜଣଙ୍କ ମୃତ୍ୟୁ ଘଟିଛି ।ଦେଶରେ କରୋନା ସ୍ଥିତି ଧିରେ ଧିରେ ଅନିୟନ୍ତ୍ରିତ ହେବାରେ ଲାଗିଛି ।ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୧୪,୩୭୮ ରେ ପହଞ୍ଚିଛି । ୧୯୯୨ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୯୦୬ ସକ୍ରିୟ ଅଛନ୍ତି।ଏବେ ୧୧ ହଜାର ୯୦୬ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କରୋନା ମହାମାରୀକୁ ନେଇ ସାରା ବିଶ୍ୱ ଏବେ ସଙ୍କଟରେ ପଡ଼ିଛି । ବିଶ୍ୱର ପ୍ରାୟ ୨୧୦ରୁ ଅଧିକ ଦେଶକୁ ବ୍ୟାପିଥିବା ଏହି ମହାମାରୀ କରୋନା ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଥିଲା । ପୁଣି ଏହାକୁ ମେ ୩ଯାଏଁ ବୃଦ୍ଧି କରାଯାଇଛି।
ଓଡିଶାରେ ବର୍ତ୍ତମାନ ସୁଦ୍ଧା ଯେତିକି ଟେଷ୍ଟ କରାଯାଇଛି ଏଥିରେ ୬୦ଟି ପଜିଟିଭ ଥିବା ବେଳେ ବାକି ସବୁ ନମୁନା ନେଗେଟିଭ ଆସିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୧ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking