କରୋନା ମୃତ୍ୟୁ ୧ ଲକ୍ଷ ୧୧ ହଜାର ୨୬୬

ନୂଆଦିଲ୍ଲୀ: ଜାରି ରହିଛି କରୋନା ସଂକ୍ରମଣ । ଏହା ଭିତରେ ୮ ମାସ ବିତିଗଲାଣି । ତଥାପି ଯାଇନି କରୋନାର ପ୍ରଭାବ । ଏବେ ବି ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମୃତ୍ୟୁ ସଂଖ୍ୟା ବି ସେହି ହାରରେ ବଢୁଛି । ଏହି ପରିପ୍ରୀକ୍ଷୀରେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୬୮୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ମୋଟ ଆକ୍ଟିଭ କେସ ୮୧୨୩୯୦ ରହିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୬୩୮୩୪୪୧ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here