26.1 C
Bhubaneswar
Saturday, September 28, 2024
Homeକରୋନା ଓଡିଶାଗାଁ’ଗାଁ’ରେ ଜ୍ୱର, ଚାଲିଯାଉଛି ନିରୀହ ଜୀବନ

ଗାଁ’ଗାଁ’ରେ ଜ୍ୱର, ଚାଲିଯାଉଛି ନିରୀହ ଜୀବନ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ବର୍ତ୍ତମାନ ଗାଁ ଗାଁରେ ଜ୍ୱର, ଥଣ୍ଡା, କାଶରେ ଲୋକେ ଆକ୍ରାନ୍ତ ଥିବା ଜଣାପଡ଼ିଛି । କିଛି ଲୋକଙ୍କୁ ଦିନ ଜ୍ୱର ହୋଇ ଦେହ ଖରାପ ହେବା ପରେ ହାଠତ୍ ଜୀବନ ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳିଛି । ବିଶେଷ କରି ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ଜିଲ୍ଲାର ସୀମାନ୍ତ ଗାଁ ଲୋକମାନେ ଗମନାଗମନର ସୁବିଧା ନଥିବାରୁ କେବଳ କ୍ୱାକ୍ ଭରସାରେ ରହି ସ୍ଥାନୀୟ ଡାକ୍ତରଖାନାକୁ ଆସୁନଥିବା ଜଣାପଡ଼ିଛି ।
ନୂଆପଡ଼ା ଜିଲ୍ଲାରେ କିଛିଦିନ ହେଲା ବିଭିନ୍ନ ଗାଁରେ ଜ୍ୱର ହୋଇ ଲୋକଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ସେହିପରି ଗୋଟିଏ ଗାଁରେ ଦୁଇମାସ ମଧ୍ୟରେ ୧୧ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏହାକୁ ଦେଖି ଲୋକମାନେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ସନ୍ଦେହ କରୁଛନ୍ତି । ଆଉ କେହିକେହି ଅଜଣା ରୋଗ ବୋଲି କହୁଛନ୍ତି । କିଛିଦିନ ତଳେ କୋମନା ବ୍ଲକ୍ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଥିବା ଛଇମୁଣ୍ଡି ଗ୍ରାମର ଭଗବାନ ବର୍ଗେ କାଶ, ଥଣ୍ଡା ଓ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ଗତ ୩୦ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିବା ଗାଁ ଲୋକ ପ୍ରକାଶ କରିଛନ୍ତି । ଗାଁର ଅନ୍ୟ କିଛି ଲୋକଙ୍କୁ ମଧ୍ୟ କାଶ, ଥଣ୍ଡା, ଜ୍ୱର ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ନୂଆପଡ଼ା ବ୍ଲକ୍ ସୀମାନ୍ତ ଚୁଲାଭାଟ ଗ୍ରାମର ଲକ ବରିହା(୪୫ବର୍ଷ) ଗତ କିଛିଦିନ ହେଲା ଜ୍ୱରରେ ଆକ୍ରାନ୍ତ ହୋଇ କ୍ୱାକ୍ ଦ୍ୱାରା ଚିକିତ୍ସିତ ହେଉଥିଲେ । ହେଲେ ୨୯ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ପଣ୍ଡରୀପାଣି ଗ୍ରାମର ମଧ୍ୟ ୨ ଜଣ ବୟସ୍କ ବ୍ୟକ୍ତି ଜ୍ୱରରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଜିଲ୍ଲାର ଅଧିକାଂଶ ଗାଁରେ ଲୋକେ କ୍ୱାକ୍ ଭରସାରେ ରହୁଛନ୍ତି । କ୍ୱାକ୍ ଦେଇଥିବା ଔଷଧ ଖାଇ କିଛିଦିନ ଭଲ ହେବା ପରେ ପୁଣି ଜ୍ୱର ଆରମ୍ଭ ହେଉଛି । ଶେଷରେ ଜୀବନ ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ବର୍ତ୍ତମାନ ଗ୍ରାମବାସୀ ଭୟଭୀତ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ଯାଇ ଏମାନଙ୍କ ପରୀକ୍ଷା କରିବା ଜରୁରି ହୋଇପଡ଼ିଛି । ଯଦି ଏହା କରୋନା ସଂକ୍ରମଣ ହୋଇଥାଏ ତାହେଲେ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking