38.1 C
Bhubaneswar
Tuesday, April 23, 2024
Homeଓଡିଶାନବଜାତକୁ ଜନ୍ମ ଦେଇ ଆଖିବୁଜିଲା ମା’

ନବଜାତକୁ ଜନ୍ମ ଦେଇ ଆଖିବୁଜିଲା ମା’

ବ୍ରହ୍ମପୁର : ଜନ୍ମ ଦେଇ ଚାଲିଗଲା ମା’ ପରିବାର ଲୋକେ କରୋନାରେ ଆକ୍ରାନ୍ତ, କେହି ମଧ୍ୟ ସୁଯୋଗ ପାଇଲେ ନାହିଁ ନବଜାତକୁ ଦେଖିବା ପାଇଁ । ମା’ ଆରପାରିକୁ ଚାଲିଗଲା ପରେ ୬ ଦିନ ହେବ ନବଜାତକଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛି । ଡାକ୍ତରଖାନାର ସେବିକାମାନେ ଏବେ ନବଜାତକ ପାଇଁ ପାଲଟିଛନ୍ତି ଯଶୋଦା । ବ୍ରହ୍ମପୁର ବଡ ମେଡିକାଲରେ ଚକିତ୍ସିତ ହେଉଥିବା ଏଭଳି ଜଣେ ଶିଶୁର ଏକ ବେଦନା ଦାୟକ କାହାଣୀ ଦେଖିବାକୁ ମିଳିଛି ।
ପୁରୁଷୋତ୍ତମପୁର ଅଞ୍ଚଳର କୋଭିଡରେ ଆକ୍ରାନ୍ତ ହୋଇ ଜଣେ ଗର୍ଭବତୀ ମହିଳା ଏପ୍ରିଲ ୨୮ ତାରିଖରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପରୀକ୍ଷା ପରେ ଡାକ୍ତର ଅସ୍ତ୍ରୋପଚାର ପାଇଁ କହିଥିଲେ । ଅସ୍ତ୍ରୋପଚାର ପରେ ମହିଳା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ତେବେ ଏକ ମାସ ପୂର୍ବରୁ ଶିଶୁଟି ଜନ୍ମ ହୋଇଥିବାରୁ ତାକୁ ସ୍ୱତନ୍ତ୍ର ନବଜାତ ଶିଶୁ ଯତ୍ନ କୋଠରୀକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେପଟେ କରୋନା ପଜିଟିଭ ସହ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ମହିଳା ଜଣଙ୍କ ୨ ଦିନ ପରେ ଆଖି ବୁଜି ଦେଇଥିଲେ । ସେପଟେ ମୃତ ମହିଳାଙ୍କ ପରିବାରର ସମସ୍ତ ସଦସ୍ୟ କରୋନା ପଜିଟିଭ ହୋଇସାରିଥିଲେ । ମୃତ ମହିଳାଙ୍କ ସ୍ୱାମୀ ବ୍ରହ୍ମପୁରର ଏକ ଘରେ ସଙ୍ଗରୋଧରେ ଥିବାବେଳେ । ମହିଳାଙ୍କ ଶାଶୁ, ଶ୍ୱଶୁର ପୁରୁଷୋତ୍ତମପୁରରେ ଗୃହ ସଂଙ୍ଗରୋଧରେ ରହିଛନ୍ତି । ସେହିପରି ମୃତ ମହିଳାଙ୍କ ମା’ କରୋନାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ସ୍ଥିତିରେ ପରିବାର ଲୋକ ନବଜାତକୁ ଦେଖିବାକୁ ମଧ୍ୟ ଯାଇପାରୁନାହାଁନ୍ତି । ଏହା ଭିତରେ ୬ ଦିନ ବିତିଯାଇଛି । ଶିଶୁକନ୍ୟାଟି ବଡ ଡାକ୍ତରଖାନାର ନବଜାତ ସ୍ୱତନ୍ତ କୋଠରୀରେ ରହି ଚିକିତ୍ସା ହେଉଛି । ସଂକ୍ରମିତ ମା’ଠାରୁ ଜନ୍ମ ହୋଇ ମଧ୍ୟ ଶିଶୁଟିର କରୋନା ଲକ୍ଷଣ ନାହିଁ । ୱାର୍ଡର ସେବିକାମାନେ ଶିଶୁଟିର ଯତ୍ନ ନେଉଛନ୍ତି । ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ନିୟମ ଅନୁସାରେ ତା’ର ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking