18.1 C
Bhubaneswar
Sunday, November 24, 2024
Homeଓଡିଶା୩ ଆର୍‌ଏସ୍‌ପି କର୍ମଚାରୀ ସମେତ ଆଖିବୁଜିଲେ ଏସ୍‌ଓଏସ୍ ଭିଲେଜ୍ ନିର୍ଦ୍ଦେଶକ

୩ ଆର୍‌ଏସ୍‌ପି କର୍ମଚାରୀ ସମେତ ଆଖିବୁଜିଲେ ଏସ୍‌ଓଏସ୍ ଭିଲେଜ୍ ନିର୍ଦ୍ଦେଶକ

ରାଉରକେଲା :  ସମ୍ପ୍ରତ୍ତି ଇସ୍ପାତ ସହରରେ କରୋନା ବିଭୀଷିକା ଜାରି ରହିଛି । ଏହିମଧ୍ୟରେ ରାଉରକେଲା ଇସ୍ପାତ କାରଖାନାର ମୋଟ ୯ ଜଣ କର୍ମଚାରୀ  ସମେତ ଏସ୍‌ଓଏସ୍ ଭିଲେଜ୍‌ର ନିର୍ଦ୍ଦେଶକ  ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଭାରତୀୟମଜଦୁର ମଞ୍ଚ(ବିଏମଏସ୍‌) ଅନୁବନ୍ଧିତ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ(ରିକ୍ସ) ସଭାପତି ହିମାଂଶୁ ବଳଙ୍କ ସୂଚନା ଅନୁଯାୟୀ,  ଆର୍‌ଏସ୍‌ପି କୋକଓଭେନର ସିତାରାମ ବଡ଼ାଇକ, ବ୍ଲାଷ୍ଟ ଫର୍ଣ୍ଣେସର ଜିଏମ୍ ପ୍ୟାଟ୍ରିକ  ଟପ୍ପୋ ଓ  ଟ୍ରାଫିକ ଏଣ୍ଡର ମେଟେରିଆଲ୍‌ର  ଡିଲେଶ୍ୱର କରୋନାରେ ମୃତ୍ୟୁବରଣ କରିଛନ୍ତି । ଅନୁରୂପଭାବେ ୧୮ ତାରିଖରୁ କରୋନା ପଜିଟିଭ ହୋଇଥିବା ରାଉରକେଲା ଏସଓଏସ୍ ଭିଲେଜ୍‌ର ନିର୍ଦ୍ଦେଶକ ତପନ ସୁନା ରବାବାର ସନ୍ଧ୍ୟାରେ ହାଇଟେକ୍ ହସ୍‌ପିଟାଲରେ ଶେଷ ନିଶ୍ୱାସ ନେଇଛନ୍ତି ।  ପ୍ରଥମେ ତାଙ୍କୁ ହୋମ ଆଇସୋଲେସନ୍ କରାଯାଇଥିଲା ।  ଶ୍ୱାସକ୍ରିୟାରେ କଷ୍ଟ ହେଉଥିବା ଯୋଗୁ ପରେ ତାଙ୍କୁ ରାଉରକେଲା ହାଇଟେକ୍‌ରେ ଭର୍ତ୍ତି କରାଯାଇଥିଲା । କରୋନା ଟିକାକରଣ ଅଭିଯାନ କରାଯାଉଛି । ଏ ନେଇ  ଟିକାକରଣ କେନ୍ଦ୍ର ଗୁଡ଼ିକରେ ସାମାଜିକ ଦୂରତା ରହୁନ ଥିବା ଅଭିଯୋଗ ହୋଇଛି ।  ସେକ୍ଟର-୬ ହେଲ୍‌ଥ ସେଣ୍ଟରରେ ଠାରେ  ଟିକାକରଣ ପାଇଁ ଭୋର ୩ଟାରୁ ପ୍ରବଳ ଗହଳି ଦେଖାଯାଇଥିବା ଦୃଶ୍ୟ ସମ୍ମୁଖକୁ ଆସିଛି । ସେହିପରି  ମେଡ଼ିକାଲ ବ୍ୟବହୃତ ଅମ୍ଲଜାନ ସିଲିଣ୍ଡର କଳାବଜାରୀ ରୋକିବା ଓ ଉପଲବ୍ଧିତା ସମ୍ପର୍କରେ   ସୁନ୍ଦରଗଡ଼ ସିଡିଏମଓ ସୂଚନା ଜାରି କରିଛନ୍ତି ।  ୨୪୧ ଟି ସିଲିଣ୍ଡର ପାରିପାଶ୍ୱର୍ିକ ଅଞ୍ଚଳ ପାଇଁ ବ୍ୟବସ୍ଥା କରାଯାଇଛି ।   ପ୍ରାୟ ୩ଶହ ଟି ଅକ୍ସିଜେନ୍ କନସେଣ୍ଟର୍ସ  ମଧ୍ୟ ରହିଛି ।  ଶିବା ସିମେଣ୍ଟ ଠାରୁ ୨୫ଟି,  ଡାଲମିଆ ସିମେଣ୍ଟ ଠାରୁ  ୨୫ଟି, ସ୍କାନ ଷ୍ଟିଲ ଠାରୁ  ୧୫ଟି ,  ଏସଏମଏଫ୍‌ଏ ଠାରୁ ୧୦ଟି, ଚାରିଅଟ ସିମେଣ୍ଟ ରୁ ୪ଟି,  ଖାଳି ଜମ୍ବୋ  ସିଲିଣ୍ଡର  ଅଣାଯାଇଛି ।  ଘରୋଇ ନର୍ସିଂହୋମ୍‌ଙ୍କୁ ୮୦ଟି ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯିବ । ପ୍ରଶାସନ ଓ ସ୍ୱାସ୍ଥ୍ର‌୍ୟବିଭାଗ ନିକଟରେ ୨୨୬ଟି  ସିଲିଣ୍ଡର ମହଜୁଦ ରହିଛି ।  ଆଗାମୀ ଦିନରେ ଭେଣ୍ଟିଲେଟର୍ ଓ  ଆକ୍ରାନ୍ତଙ୍କ ସେବାପାଇଁ ୫ଶହ ଜମ୍ବୋ ସିଲିଣ୍ଡର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଆଜି ଜିଲ୍ଲାରେ  ସଂକ୍ରମଣ ୪୩୪ ରହିଛି ।  ସହରରେ ସକ୍ରିୟ ଏନ୍‌ଫୋର୍ସମେଣ୍ଟ ଟିମ୍ ମାସ୍କ ନିମୟ ଉଲ୍ଲଂଘନ କରିଥିବା  ଅଭିଯୋଗରେ  ୪୮ ହଜାର ୪ଶହ ଟଙ୍କା  ଜରିମନା ଆଦାୟ କରିଛନ୍ତି ।  ସେହିପରି କୋଭିଡ୍ ନିୟମ ଅନୁପାଳନ ନ କରିଥିବା ଯୋଗୁ ପ୍ଲାଣ୍ଟସାଇଟ୍ ଥାନା ଅର୍ନ୍ତଗତ  ୩ଟି  ଓ ରଘୁନାଥପଲ୍ଲୀ ଥାନା ଅଞ୍ଚଳରେ ଗୋଟିଏ ଦୋକାନକୁ ସିଲ୍ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking