ନୂଆଦିଲ୍ଲୀ : ଦେଶରେ କାମୁଛି କରୋନା ସଂକ୍ରମଣର ସ୍ଥିତି। ତେବେ ୨୬୩ ଦିନରେ ଦେଶରେ କରୋନା ଭୁତାଣୁ ସଂକ୍ରମଣର ମୋଟ ମାମଲା ୭.୫ ନିୟୁତକୁ ଅତିକ୍ରମ କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ (ରବିବାର ସକାଳ ୮ ଟାରୁ ସୋମବାର ସକାଳ ୮ ଟା) ୫୫୭୨୨ ନୂତନ ମାମଲା ରିପୋର୍ଟ ହୋଇଛି, ଏହା ପରେ ସଂକ୍ରମିତ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩କୁ ବୃଦ୍ଧି ପାଇଛି। ଏଥିସହ ୫୭୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୧୪ ହଜାର ୬୧୦ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୭ ଲକ୍ଷ ୭୨ ହଜାର ୫୫ ମାମଲା ସକ୍ରିୟ ଅଛି।
ଗତକାଲି ୨୪ ଘଣ୍ଟାରେ ୬୧, ୮୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୩୩ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୧୪ ହଜାର ୩୧ରେ ପହଞ୍ଚିଥିଲା। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ଲକ୍ଷ ୯୪ ହଜାର ୫୫୨କୁ ବୃଦ୍ଧି ପାଇଥିଲା । ୭,୮୩,୩୧୧ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୬୫,୯୭,୨୦୯ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଥିଲା।