୧୯୩ତମ ଦିବସରେ ପହଁଚିଲା କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଯାଜପୁର: ସମାଜ ପାଇଁ ପୂର୍ଣ୍ଣ ସମର୍ପିତ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ବାରା ପରିଚାଳିତ ମଙ୍ଗଳ ପୁରସ୍ଥିତ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୯୩ଦିନ ଧରି ଜାରୀରଖିଛି କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।ମହାମାରୀ କରୋନା ସହ ମହାକାଳ ବନ୍ୟାର ତାଣ୍ଡବଲୀଳାରୁ ଲୋକମାନଙ୍କୁ ଉଦ୍ଧାରସହ ଓଡ଼ିଶାର ପ୍ରାୟ ୮୦ହଜାରରୁ ଉର୍ଦ୍ଧ୍ବ ପରିବାର ନିକଟରେ ରିଲିଫ ବଣ୍ଟନ ଜାରୀ ରଖିଥିବା ବେଳେ ବନ୍ୟା ପରଠାରୁ ରାଜ୍ୟର ବିଭିନ୍ନ ସ୍ଥାନର ପ୍ରଭାବିତ ଅଞ୍ଚଳ ମାନଙ୍କରେ ଆଜକୁ ଦୀର୍ଘ ୨୬ଦିନ ଧରି ସ୍ୱତନ୍ତ୍ର ଭାବେ ମାସ୍କ,ସାବୁନ,ସାନିଟାଇଜର ସହ ବ୍ଲିଚିଂ,ଓ.ଆର.ଏସ,ଔଷଧ ସାମଗ୍ରୀ, ଗ୍ଲୋବସ୍ ଆଦି ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଥିଲା।ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ମଲ୍ଲିକ, ସାଧୁ ନିଲୁ ବାବା,ସାମ୍ବାଦିକ ଜ୍ୟୋତିଶଙ୍କର ରାୟ, କଳାକାର ଶଶିକାନ୍ତ ପଣ୍ଡା,ମାନସ ସେଠ,ସମାଜ ସେବୀ ମାମିନା ମଲ୍ଲିକ ଆଦି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here